ଟ୍ରକ୍‌ ପଛରେ ପିଟିହେଲା ପିସିଆର ଭ୍ୟାନ୍‌

ସମ୍ବଲପୁର ଅଫିସ,୧ା୧: ନୂଆବର୍ଷରେ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଟ୍ରକ୍‌ ପଛରେ ପିସିଆର୍‌ ଭ୍ୟାନ ପିଟି ହେବାରୁ ୩ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାରେ ଅଇଁଠାପାଲି ଥାନାର ଏହି ପିସିଆର ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଏହି ଭ୍ୟାନ୍‌ରେ ୪ ଜଣ ପୋଲିସ କର୍ମଚାରୀ ଥିବା ବେଳେ ୩ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Share