Categories: ଜାତୀୟ

ଏସପି ପାଇଁ ପିଡିଏର ଅର୍ଥ ହେଉଛି, ପରିବାର ଦଳ ଆଲାଏନ୍ସ: ମାୟାବତୀଙ୍କ ଟୁଇଟ…

ଲକ୍ଷ୍ନୌ,୧୯।୬ : ବିଏସପି ସୁପ୍ରିମୋ ମାୟାବତୀ ପିଡିଏ (ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ)କୁ ନିଜ ଶୈଳୀରେ ବ୍ୟାଖ୍ୟା କରିଛନ୍ତି। ସେ ଏସପିକୂ ଟାର୍ଗେଟ କରିଛନ୍ତି। ଏକ ଟୁଇଟରେ ସେ କହିଛନ୍ତି ଏସପି ଏନଡିଏର ଜବାବରେ ପିଡିଏ ଗଠନର ଖେଳ ଖେଳୁଛି। ଏସପି ପାଇଁ ପିଡିଏର ଅର୍ଥ ହେଉଛି ପାରିବାର ଦଳ ଆଲାଏନ୍ସ।

ଏସପି ନିଜ ସ୍ବାର୍ଥରେ ସୀମିତ। ସେଥିପାଇଁ ଲୋକମାନେ ସଚେତନ ହେବା ଜରୁରୀ। ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ଅତୀତରେ ଏକ ଚ୍ୟାନେଲ ସହ ବାର୍ତ୍ତାଳାପରେ କହିଥିଲେ ୨୦୨୪ ଲୋକସଭା ନିର୍ବାଚନରେ ପିଡିଏ ଏନଡିଏକୁ ପରାସ୍ତ କରିବ। ଯାହା ଉପରେ ବିଏସପି ମୁଖ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି।

ମାୟାବତୀ ମଧ୍ୟ ରାଜ୍ୟର ନିଅଣ୍ଟିଆ ବିଦ୍ୟୁତ ଶକ୍ତି ପରିସ୍ଥିତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଗତ କିଛି ଦିନ ଧରି ୟୁପିରେ ଚାଲିଥିବା ଉତ୍ତାପ ଲହର ଯୋଗୁଁ ରାଜଧାନୀ ସମେତ ରାଜ୍ୟରେ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତିରେ ବିଦ୍ୟୁତ ଅଭାବ ଯୋଗୁ ହେଉଥିବା କାଟ ଦ୍ୱାରା ଲୋକେ ହସ୍ତସନ୍ତ ହେଉଛନ୍ତି।

ବାଲିଆ ସମେତ ଅନ୍ୟ ଜିଲାରେ ଘଟିଥିବା ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ସରକାର ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି ଆଣିବା ଉଚିତ ଏବଂ ଡାକ୍ତରଖାନାରେ ବିଦ୍ୟୁତ କାଟ୍‌ କରିବା ଉଚିତ ନୁହେଁ।

Share