Categories: ଜାତୀୟ

ମେହେବୁବା ମୁଫତି ନଜର ବନ୍ଦୀ

ଶ୍ରୀନଗର,୧୨ ।୪: କଶ୍ମୀର ସଂଭାଗର ଶ୍ରୀନଗରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶୋପିୟାଂରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା କଶ୍ମୀର ପଣ୍ଡିତଙ୍କ ଘରକୁ ଯ୍ଧବ ମୁଫତି ସେମାନଙ୍କ ଭଲମନ୍ଦ ବୁଝିଥାଆନ୍ତେ । ହେଲେ ଏହ ପୂର୍ବରୁ ପୋଲିସ ତାଙ୍କୁ ଶ୍ରୀନଗରରେ ହାଉସ ଆରେଷ୍ଟ କରି ରଖିଛି ।

ମେହେବୁବାଙ୍କ ଟୁଇଟର ହ୍ୟାଣ୍ଡେଲରେ ଏ ସମ୍ପର୍କରେ ଏକ ଟୁଇଟ୍ କରାଯାଇଛି । ଏଥିରେ ଲେଖାଯାଇଛି, ଆଜି ମୋତେ ନଜର ବନ୍ଦୀ କରାଯାଇଛି । କାରଣ ମୋର ଶୋପିୟାଂରେ କଶ୍ମୀର ପଣ୍ଡିତଙ୍କ ପରିବାରକୁ ଭେଟିବାକୁ ଯିବାକୁ ଇଚ୍ଛା ଥିଲା । ତେବେ କେନ୍ଦ୍ର ସରକାର ଜାଣିଶୁଣି କଶ୍ମୀର ଜନତା ଓ ପଣ୍ଡିତଙ୍କ ପଳାୟନକୁ ନେଇ ଭୁଲ ପ୍ରଚାର କରୁଛନ୍ତି ବୋଳଇ ମୁଫତି କହିଛନ୍ତି ।

Share