Categories: ଜାତୀୟ

କେନ୍ଦ୍ରକୁ ଟାର୍ଗେଟ କଲେ ମେହେବୁବା ମୁଫତି, କହିଲେ ଏତେ ସୁରକ୍ଷିତ ଅଞ୍ଚଳରେ ପୁଞ୍ଛ ଆତଙ୍କବାଦୀ ଆକ୍ରମଣ କେମିତି ହେଲା

ଜମ୍ମୁ,୨୯।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ମୁଖ୍ୟ ମେହେବୁବା ମୁଫତି ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, କିଛିଦିନ ତଳେ ପୁଞ୍ଛରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଯେଉଁଥିରେ ୫ ଯବାନ ଶହୀଦ ହୋଇଯାଇଛନ୍ତି।

ପିଡିପି ଅଧ୍ୟକ୍ଷ ମେହେବୁବା ମୁଫତି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ମଲିକଙ୍କର ନିକଟରେ କରାଯାଇଥିବା ସାକ୍ଷାତକାରକୁ ନେଇ ପୁଞ୍ଛ ଆତଙ୍କବାଦୀ ଆକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସତ୍ୟପାଲ ମଲିକ କହିଥିଲେ ସରକାର ପୁଲଓ୍ବାମା ଆକ୍ରମଣକୁ ଲୁଚାଇବାକୁ ଚାହୁଁଛନ୍ତି। ପ୍ରଶ୍ନ କରାଯିବା ଉଚିତ ଯେ ଏତେ ସୁରକ୍ଷିତ ଅଞ୍ଚଳରେ ପୁଞ୍ଛ ଆତଙ୍କବାଦୀ ଆକ୍ରମଣ କେମିତି ହେଲା।

Share