Categories: ଫୁରସତ

ମଟର ଫୁଙ୍କି ରେକର୍ଡ

ମଟରରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିବେ। ହେଲେ ଜଣେ ବ୍ୟକ୍ତି ଏଇ ଛୋଟିଆ ମଟରକୁ ନେଇ ଗିନିଜ ଓ୍ବାର୍ଲଡ ରେକର୍ଡ ମଧ୍ୟ କରିଛନ୍ତି। ତେବେ ତାହା କେମିତି ସମ୍ଭବ ବୋଲି ଭାବୁଥିବେ। ସେ ମଟରକୁ ପାଟିରେ ଫୁଙ୍କି ତାକୁ ବହୁତ ଦୂର ପହଞ୍ଚାଇ ଉକ୍ତ ରେକର୍ଡ କରିଛନ୍ତି। ସେ ହେଉଛନ୍ତି ଡେଭିଡ ରଶ୍‌, ଯେ କି ଜଣେ ସିରିୟଲ ଓ୍ବାର୍ଲଡ ରେକର୍ଡ ବ୍ରେକର୍‌। ସେ ନିଜର ୨୫୦ ତମ ଟାଇଟଲ୍‌ ମଟରକୁ ଫୁଙ୍କି ହାସଲ କରିଛନ୍ତି। ତେବେ ସାଢେ ଛଅ ବର୍ଷ ତଳେ ପ୍ରଥମେ ସେ ମଟରକୁ ୨୪ ଫୁଟ୍‌ ଦୂର ଫୁଙ୍କି ରେକର୍ଡ କରିଥିଲେ। ଦ୍ୱିତୀୟ ଥର ୪୧ ଫୁଟ ଓ ତୃତୀୟ ଥର ୫୨ ଫୁଟ୍‌ ଫୁଙ୍କିଥିଲେ। ଆଉ ଚତୁର୍ଥ ଥର ୮୪ ଫୁଟ ୧୧.୨୫ ଇଞ୍ଚ ଫୁଙ୍କି ପୂର୍ବ ତିନି ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କଲେ।

Share