Categories: ଫୁରସତ

ଶାନ୍ତି ଆଣିଦିଏ ବିକାଶ

ଅନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିଥାଏ। ଶାନ୍ତିର ଗୁରୁତ୍ୱ ଉପଲବ୍ଧିକରି ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୧ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଇଥାଏ।
ଏହି ଦିବସ ବିଶ୍ୱ ଶାନ୍ତି ପାଇଁ ଉତ୍ସର୍ଗୀକୃତ। ବିଶେଷ ଭାବରେ ଯୁଦ୍ଧ ଏବଂ ହିଂସାଠାରୁ ଲୋକଙ୍କୁ ଦୂରେଇ ରଖି ବିକାଶଧାରାରେ ଆଗେଇବା ପାଇଁ ଏହି ଦିବସ ପାଳନ କରାଯାଏ। ପ୍ରଥମକରି ୧୯୮୧ରେ ଏହି ଦିନଟିକୁ ପାଳନ କରାଯାଇଥିଲା ଦିବସର ଉଦ୍‌ଘାଟନ ପାଇଁ ମିଳିତ ଜାତିସଂଘର ଶାନ୍ତି ବେଲ୍‌ ବଜାଯାଇଥିଲା।

Share