ରଥଯାତ୍ରା ପ୍ରସ୍ତୁତି: ୧୪ ଗାଁକୁ ନେଇ ବସିଲା ଶାନ୍ତି କମିଟି

ଝାରସୁଗୁଡ଼ା ଅଫିସ୍‌,୨୭।୬ ରଥଯାତ୍ରା ସୁପରିଚାଳନା ପାଇଁ ଲଖନପୁର ଥାନା ପରିସରରେ ଆଇଆଇସି ଦୁଃଖିନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନା ଅଞ୍ଚଳର ବିଭିନ୍ନ ରଥଯାତ୍ରା କମିଟି କର୍ମକର୍ତ୍ତା, ଆମ ପୋଲିସ ସମିତି ସଦସ୍ୟ ଓ ସ୍ଥାନୀୟ ଜନପ୍ରତିନିଧି ଯୋଗଦେଇଥିଲେ। ଅଞ୍ଚଳରେ ହେଉଥିବା ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳା ସହ ପରିଚାଳିତ ହେବ ସେନେଇ ଅଲୋଚନା ହୋଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। ଏଥିରେ ୧୪ ଗ୍ରାମରୁ ସଭାପତି ଓ ସମ୍ପାଦକ ମନୋନୀତ କରାଯାଇଛି। ବୈଠକରେ ଆଇଆଇସି ସାହୁ, ଏସ୍‌ଆଇ ଗଣେଶ ରାମ ସା, କୁଶ୍ରାଲୋଇ ସରପଞ୍ଚ ରଘୁମଣି ପ୍ରଧାନ, ସଞ୍ଜୀବ ସାହୁ, ଟଙ୍କଧର ପ୍ରଧାନ, ଅମିନ ଖାନ୍‌, ଅଲେଖରାମ ସାହୁ, ନରୋତ୍ତମ ପ୍ରଧାନ ଓ ପ୍ରଫୁଲ ସା ପ୍ରମୁଖ ଉପସ୍ଥିତ ଥିଲେ।