Categories: ଜାତୀୟ

ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିଛି: ଅମିତ ଶାହା

ନୂଆଦିଲ୍ଲୀ, ୨୭।୯: ଦେଶର ଉତ୍ତର-ପୂର୍ବ ଅଞ୍ଚଳରେ ଶାନ୍ତି ଫେରିି ଆସିଛି। ଗତ ୫ ବର୍ଷ ଧରି ଏହି ଅଞ୍ଚଳରେ ଆର୍ଥିକ ବିକାଶ, ପର୍ଯ୍ୟଟନ ଶିଳ୍ପର ବିକାଶ ତଥା ନିଯୁକ୍ତି ସୁଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିନେ ହିଂସା, ଅନୁପ୍ରବେଶ ଏବଂ ବିକ୍ଷୋଭ ଅଞ୍ଚଳ ରୂପେ ଜଣାଶୁଣାଥିବା ଉତ୍ତର-ପୂର୍ବ ଅଞ୍ଚଳରେ ଏବେ ଶିଳ୍ପ, ଅର୍ଗାନିକ୍‌ ଫାର୍ମିଂ ତଥା ଉଦ୍ୟୋଗିକ ବିକାଶ ଧାରା ଜାରି ରହିଛି ବୋଲି ରବିବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ଡେଷ୍ଟିନେଶନ ନର୍ଥ ଇଷ୍ଟ-୨୦୨୦ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା ଏହା କହିଛନ୍ତି। ଦୀର୍ଘଦିନ ଧରି ଜାରି ରହିଥିବା ଭାରତ-ବାଂଲାଦେଶ ସୀମା ବିବାଦ ଓ ମଣିପୁର ସମସ୍ୟା ସମେତ କେତେକ ସମସ୍ୟାର ସମାଧାନ ଶେଷ ହୋଇଛ। ସେହିପରି ବ୍ରୁ-ରିୟାଙ୍ଗ ଚୁକ୍ତି, ବୋଡୋ ଚୁକ୍ତି ଦ୍ୱାରା ୮ଟି ଉଗ୍ରବାଦୀ ସଂଗଠନର ୬୪୪ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯୋଜନା ପ୍ରତି ଆକର୍ଷିତ ହୋଇ ଆତ୍ମ ସମର୍ପଣ କରିଛନ୍ତି ବୋଲି ଶାହା କହିଛନ୍ତି।

Share