Categories: ଫୁରସତ

ବସୁଧୈବ କୁଟୁମ୍ବକମ୍‌ ପାଇଁ ଶାନ୍ତି ଜରୁରୀ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାନବତାର ସୁରକ୍ଷା ପାଇଁ ଜରୁରୀ। ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ଲାଗି ବିଭିନ୍ନ ଦେଶ ଦେଶ ମଧ୍ୟରେ ଶାନ୍ତି ହଁି ଏକମାତ୍ର ବିକଳ୍ପ। ସଭିଏ ମିଳିମିଶି ଚଳିଲେ ବଡ଼ରୁ ବଡ଼ ବିପଦର ମଧ୍ୟ ସାମନା କରିବା ସହଜ ହୋଇପାରିବ। ବିଶ୍ୱ ଶାନ୍ତିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅକ୍ଟୋବର ୨୪ରେ ଜାତିସଂଘ ଦିବସ ପାଳିତ ହୋଇଥାଏ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ସହିତ ଶାନ୍ତି ପାଇଁ ଜାତିସଂଘ ଭଳି ଏକ ବୃହତ୍‌ ସଂଗଠନର ଆବଶ୍ୟକତା ଉପଲବ୍ଧି କରି ଏହାର ଗଠନ ଦିବସର ସ୍ମୃତି ଲାଗି ଏଭଳି କରାଯାଇଥାଏ। ୧୯୪୫ ଅକ୍ଟୋବର ୨୪ରେ ମିଳିତ ଜାତିସଂଘ ସ୍ଥାପନ ପ୍ରସ୍ତାବର ଲକ୍ଷ୍ୟ ଏବଂ ସଫଳତାର ସ୍ମୃତି ବହନ କରିଥାଏ। ପରେ ୧୯୪୭ ଅକ୍ଟୋବର ୨୪କୁ ଜାତିସଂଘ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ୧୯୪୮ଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇ ଆସୁଛି।

Share