ଶାନ୍ତି ହେଉଛି ଭାରତର ସମୃଦ୍ଧ ଇତିହାସର ମୂଳଦୁଆ: ରୁଚିରା କାମ୍ବୋଜ

ନ୍ୟୁୟର୍କ,୧୫।୯: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମହାତ୍ମା ଗାନ୍ଧୀଙ୍କୁ ଅହିଂସାର ଚାମ୍ପିଅନ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକାର ନ୍ୟୁୟର୍କରେ ଏକ ଶାନ୍ତି ଆଲୋଚନା କାର୍ଯ୍ୟକ୍ରମରେ ରୁଚିରା ଭାରତର ପକ୍ଷ ଉପସ୍ଥାପନ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଶାନ୍ତି ସର୍ବଦା ଭାରତର ସମୃଦ୍ଧ ସାଂସ୍କୃତିକ ଏବଂ ଦାର୍ଶନିକ ଐତିହ୍ୟର ମୂଳଦୁଆ ପାଲଟିଛି।
କାମ୍ବୋଜ କହିଛନ୍ତି ଯେ, ଭାରତର ବିସ୍ତୃତ ଇତିହାସରେ ସର୍ବଦା ଅହିଂସା, ସୌହାର୍ଦ୍ଦ୍ୟର ଆଦର୍ଶ ଗ୍ରହଣ କରିଆସୁଛି। ମହାତ୍ମା ଗାନ୍ଧୀଙ୍କ ପରି ମହାନ ନେତାଙ୍କ ଶିକ୍ଷା, ଅହିଂସା ଚାମ୍ପିଅନଙ୍କ ପ୍ରତିମୂର୍ତ୍ତି ମିଳିତ ଜାତିସଂଘ ମୁଖ୍ୟାଳୟର ଉତ୍ତର ଲନ୍‌ର ଶୋଭା ବଢାଇଥାଏ। ଏହି ସମୟରେ କାମ୍ବୋଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାନ୍ତି ଉପରେ ଦେଇଥିବା ବିବୃତ୍ତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଆଜିର ଯୁଗରେ କୌଣସି ଯୁଦ୍ଧ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱାସ କରନ୍ତି। ଶାନ୍ତି ରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅହିଂସା ମୂଳରୁ ଭାରତ ଶାନ୍ତିର ପ୍ରତୀକ ଅଟେ। ଜାତିସଂଘର ଶାନ୍ତି ରକ୍ଷା କାର୍ଯ୍ୟରେ ସୈନ୍ୟ ଏବଂ ପୋଲିସ ଯୋଗଦାନରେ ଭାରତ ସମସ୍ତ ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ବୋଲି କାମ୍ବୋଜ କହିଛନ୍ତି।

Share