Categories: ଫୁରସତ

ଦୟା ଭାବନା ଦ୍ୱାରା ଶାନ୍ତି

ଅନ୍ୟ ପ୍ରତି ଦୟା ପ୍ରଦର୍ଶନ କରିବା ଏକ ମହାନ କାର୍ଯ୍ୟ। ଦୟା ଭାବ ଦ୍ୱାରା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ତେଣୁ ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ ଦୟା ଦିବସ ପାଳନ କରାଯାଇଥାଏ।

ବିଶ୍ୱ ଦୟା ଦିବସ ପାଳନ ଅବସରରେ ସମାଜରେ ଭଲ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସହିତ ସକରାତ୍ମକ ଶକ୍ତି ଏବଂ ଦୟା ଭାବ ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏସବୁ ସାଧାରଣ ସୂତ୍ର ମଣିଷ ମଣିଷ ଏବଂ ବିଭିନ୍ନ ପ୍ରାଣୀଙ୍କ ମଧ୍ୟରେ ଏକ ଅଦୃଶ୍ୟ ବନ୍ଧନ ସୃଷ୍ଟି କରିଥାଏ। ଦୟା ହେଉଛି ମଣିଷ ମଧ୍ୟରେ ଥିବା ଏକ ମୌଳିକ ଅଂଶ ଯାହାକି ଜାତି, ଧର୍ମ, ରାଜନୀତି, ଲିଙ୍ଗ ଏବଂ ଅବସ୍ଥାନର ବିଭାଜନକୁ ଦୂର କରିବାକୁ ସକ୍ଷମ ହୋଇଥାଏ।

ଆନୁଷ୍ଠାନିକ ଭାବେ ବିଶ୍ୱ ଦୟା ଦିବସକୁ ମାନ୍ୟତା ଦେବା ପାଇଁ ଏବଂ ଏହାର ସଦସ୍ୟମାନେ ସର୍ବସମ୍ମତି କ୍ରମେ ବିଶ୍ୱ ଦୟା ପାଇଁ ସମର୍ଥନ ଘୋଷଣାନାମାରେ ଦସ୍ତଖତ କରିବା ଲାଗି ମିଳିତ ଭାବେ ବହୁବିଧ ଉପାୟ ଅବଲମ୍ବନ କରୁଛନ୍ତି।
ଏହି ଦିବସ ମଣିଷଙ୍କୁ ଦେଶ ଦେଶର ସୀମା, ଜାତି ଏବଂ ଧର୍ମ ଭାବନାର ଉପରକୁ ଉଠି ଏକ ଐଶ୍ୱରୀୟ ଭାବନା ପରିପ୍ରକାଶ କରିବାକୁ ପ୍ରୋତ୍ସାହିତ କରିଥାଏ।

Share