Posted inଫୁରସତ

ଶାନ୍ତିପୂର୍ଣ୍ଣ ଶୈଳନିବାସ ୟରକୌଡ

ୟରକୌଡ ହେଉଛି ତାମିଲନାଡୁସ୍ଥିତ ଏକ ଲୋକପ୍ରିୟ ହିଲ୍‌ଷ୍ଟେଶନ ଟାଉନ୍‌ । ଏଠାକାର ପ୍ରାକୃତିକ ପରିବେଶ ଏବଂ ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ…

ତାମିଲନାଡୁସ୍ଥିତ ଏକ ହିଲ୍‌ଷ୍ଟେଶନ ଟାଉନ୍‌ ବା ଶୈଳନିବାସ ସହର ହେଉଛି ୟରକୌଡ । ଏଠାକାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ତଥା ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସମୁଦ୍ରପତ୍ତନଠାରୁ ପ୍ରାୟ ୫୩୨୫ ଫୁଟ ଉଚ୍ଚରେ ଅବସ୍ଥିତ ଏହି ହିଲ୍‌ଷ୍ଟେଶନରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଉଚ୍ଚ ଉଚ୍ଚ ପାହାଡ, ଓ୍ବାଚ୍‌ ଟାଓ୍ବାର୍‌ ତଥା କେତେକ ଆଧ୍ୟାତ୍ମିକ ପୀଠ ଇତ୍ୟାଦି।
କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ୟରକୌଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ଏମେରାଲ୍ଡ ଲେକ୍‌, ପାଗୋଡା ପଏଣ୍ଟ, ବଟାନିକାଲ୍‌ ଗାର୍ଡେନ, ଅନ୍ନା ପାର୍କ, ଲେଜିସ୍‌ ସିଟ୍‌, କିଲ୍ଲିୟୁର୍‌ ଫଲ୍ସ, ବିୟର୍ସ କେଭ୍‌, ଶେଭାରୟ ହିଲ୍‌, ଟିପ୍ପେରାରି ଭିୟୁ ପଏଣ୍ଟ, ଆନ୍ନାମାଲାୟାର୍‌ ଟେମ୍ପଲ ଭିୟୁ ପଏଣ୍ଟ, କରାଦିୟୁର ଭିୟୁ ପଏଣ୍ଟ, ଶେଭାରୟ ମନ୍ଦିର, ସିଲ୍କ ଫାର୍ମ, ଶ୍ରୀ ଚକ୍ର ମହାମେରୁ ମନ୍ଦିର, ରାଜା ରାଜେଶ୍ୱରୀ ମନ୍ଦିର, ଡିୟର୍‌ ପାର୍କ, ଅର୍ଚିଡାରିୟମ୍‌, କୋଟ୍ଟାଚେଡୁ ଟିକ୍‌ ଫରେଷ୍ଟ, ନର୍ଟନ୍ସ ବଙ୍ଗ୍ଲୋ, ସର୍ଭାରୟାନ୍‌ ମନ୍ଦିର ଇତ୍ୟାଦି। ପର୍ଯ୍ୟଟକ ଚାହିଁଲେ ୟରକୌଡ ହିଲ୍‌ଷ୍ଟେଶନ ବୁଲିବା ସହ ଏହି ସବୁ ସ୍ଥାନକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ଲାଭ କରିପାରିବେ।
ୟରକୌଡର ମୁଖ୍ୟ ଆକର୍ଷଣ
ୟରକୌଡ ମୁଖ୍ୟତଃ କ୍ୟାମ୍ପିଙ୍ଗ୍‌ ଆଉ ଟ୍ରେକିଂ ପାଇଁ ପ୍ରସିଦ୍ଧ। ତା’ଛଡ଼ା ଏଠାକୁ ଆସୁଥିବା ପର୍ଯ୍ୟଟକ ସ୍ଥାନୀୟ ଜଙ୍ଗଲ ସଫାରୀର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ ୟରକୌଡରେ ଥିବା ସନ୍‌ସେଟ୍‌ ପଏଣ୍ଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭାକୁ ବି ଉପଭୋଗ କରିପାରିବେ। ସବୁଠୁ ବଡ଼ କଥା ହେଉଛି ସହରର କୋଳାହଳଠାରୁ ଦୂରରେ ଥିବା ଏହି ଶାନ୍ତିପୂର୍ଣ୍ଣ ଶୈଳନିବାସକୁ ପର୍ଯ୍ୟଟକ ମୁଖ୍ୟତଃ କିଛି ମୁହୂର୍ତ୍ତ ନିରୋଳାରେ ଛୁଟି କଟାଇ ଆନନ୍ଦ ଲଭିବାକୁ ଆସିଥାନ୍ତି।

 

କେବେ ଓ କେମିତି ଯିବେ
କୁହାଯାଏ, ୟରକୌଡର ଜଳବାୟୁ ବର୍ଷକ ବାରମାସ ପ୍ରାୟତଃ ଥଣ୍ଡା ରହିଥାଏ। ସେପ୍ଟେମ୍ବର ପରଠୁ ଏଠାରେ ଶୀତର ପ୍ରକୋପ ଟିକେ ବେଶୀ ଅନୁଭୂତ ହୋଇଥାଏ, ଯାହା ପ୍ରାୟ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରହେ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ୟରକୌଡକୁ ଯିବାପାଇଁ ପ୍ରକୃଷ୍ଟ ସମୟ ହେଉଛି ଅକ୍ଟୋବରରୁ ଜୁନ୍‌। କାରଣ ଏହି ସମୟରେ ବୁଲାବୁଲି କରିବାକୁ ଏଠାକାର ପାଣିପାଗ ପୂରା ଉତ୍ତମ ରହିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ସାଲେମ୍‌ ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ସେହିପରି ସାଲେମ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥନାରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ୟରକୌଡରେ ପହଁଞ୍ଚତ୍ପାରିବେ।

ଜରୁରୀ ଜାଣିବା କଥା
ସୂଚନାନୁଯାୟୀ, ୟରକୌଡରେ କୁଆଡ଼େ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଇଥାଏ। କଫି ଚାଷ ବି ଏଠି ଭଲ ହୁଏ। ବିଭିନ୍ନ ପ୍ରକାରର ମସଲାଜାତ ଦ୍ରବ୍ୟର ଉତ୍ପାଦନ ବି ଏଠି ଭଲ ହୋଇଥାଏ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ବେଶ୍‌ ସୁଲଭ ଦରରେ ଏହି ସବୁ ଜିନିଷ ଏଠାରୁ କିଣି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri