Categories: ଜାତୀୟ

ଜେଲ୍‌ରେ ସିଦ୍ଧୁଙ୍କୁ ମିଳୁଛି ଜୁସ୍‌, ଆଲ୍‌ମଣ୍ଡ

ନୂଆଦିଲ୍ଲୀ,୨୬।୫: ପଟିଆଲା ସେଣ୍ଟ୍ରାଲ ଜେଲ୍‌ରେ ଥିବା କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ କିରାଣୀ କାର୍ଯ୍ୟ କରିବେ। ଡାକ୍ତରଙ୍କ ଅନୁମୋଦନକ୍ରମେ ତାଙ୍କୁ କମ୍‌ ଫ୍ୟାଟ୍‌ ଥିବା କ୍ଷୀର, ଜୁସ୍‌, ଆଲମଣ୍ଡ ଓ ପଇଡ ପାଣି ଯୋଗାଇଦିଆଯିବ। ଗତ ୨୩ ତାରିଖରେ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲରେ ସିଦ୍ଧୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କୁ ସ୍ବତନ୍ତ୍ର ଖାଦ୍ୟ ଯୋଗାଇଦେବାକୁ ଡାକ୍ତରମାନଙ୍କ ଏକ ବୋର୍ଡ ସୁପାରିସ କରିଛି। ସେହି ଅନୁଯାୟୀ ସିଦ୍ଧୁଙ୍କୁ ସକାଳେ ରୋଜମେରି ଚା’ କିମ୍ବା ପଇଡ ପାଣି, ଲାକ୍ଟୋସ୍‌ ଫ୍ରି କ୍ଷୀର, ଆଲମଣ୍ଡ, ଓ୍ବାଲନଟ, ପେକାନ୍‌ ନଟ୍‌ ଆଦି ମିଳିବ। ସେହପରି ମଧ୍ୟବର୍ତ୍ତୀ ଖାଦ୍ୟରେ ଜୁସ୍‌, ଫଳ, ଗଜା ମୁଗ, ଗଜା ବୁଟ, କାକୁଡ଼ି, ଟମାଟୋ, ଲେମ୍ବୁ ଆଦି ଦିଆଯିବ। ମଧ୍ୟାହ୍ନ ଭୋଜନରେ କାକୁଡ଼ି, ସବୁଜ ପରିବା, ରୁଟି ଦିଆଯିବ। ସେହିପରି ସନ୍ଧ୍ୟାରେ କମ୍‌ ଫ୍ୟାଟ୍‌ କ୍ଷୀରରେ ପ୍ରସ୍ତୁତ ଚା’, ପନିର, ଟଫୁ ମିଳିବ। ରାତ୍ର ଭୋଜନରେ ବିଭିନ୍ନ ପରିବା ତରକାରୀ, ଡାଲି କିମ୍ବା ବିଟ୍‌ ସୁପ୍‌, ସବୁଜ ପରିବା ସାଲାଡ ଦିଆଯିବ ବୋଲି ଜଣାପଡ଼ିଛି।

Share