Categories: ଖେଳ

ପେଚାଦ୍‌ଜ ‘ଏ’, ସୁପ୍ରତୀମ ‘ସି’ ଚାମ୍ପିୟନ

ଭୁବନେଶ୍ୱର, ୧୯ା୬(ବିଜୟ ରଣା): ୧୪ତମ କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ-୨୦୨୩ କିଟ୍‌ସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ରବିବାର କାଟେଗୋରି ଏ’ ଓ ସି’ର ପ୍ରତିଯୋଗିତା ଶେଷ ହୋଇଛି। କାଟେଗୋରି ‘ଏ’ରେ ଜର୍ଜିଆର ଗ୍ରାଣ୍ଡମାଷ୍ଟର ଲୁକା ପେଚାଦ୍‌ଜ ଚାମ୍ପିୟନ ଟ୍ରଫି ହାସଲ କରିବା ସହ ୩,୦୦,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ବେଲାରୁଷ୍‌ ଗ୍ରାଣ୍ଡମାଷ୍ଟର ଆଲେକ୍ସି ଫେଦୋରୋଭ ପ୍ରଥମ ରନରଅପ୍‌ ଟ୍ରଫି ଓ ୨,୦୦,୦୦୦ ଏବଂ ଆଇଏମ୍‌ ଚିନ୍ନା ରେଡ୍ଡୀ ସି.ଏଚ୍‌ ମେହେର ଦ୍ୱିତୀୟ ରନରଅପ୍‌ ଟ୍ରଫି ସହ ୧,୫୦,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ଓଡ଼ିଶାର ଟପ୍‌ ଖେଳାଳିମାନଙ୍କ ମଧ୍ୟରେ ହର୍ଷିତ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କିସ୍‌ର ସଜନ କୁମାର ସାହୁ ଦ୍ୱିତୀୟ ଏବଂ ସୂର୍ଯ୍ୟପ୍ରଜ୍ଞ ଇନ୍ଦ୍ରଜିତ୍‌ ଏସ୍‌ପି ତୃତୀୟ ସ୍ଥାନରେ ରହିଥିଲେ।
‘ସି’ରେ ପଶ୍ଚିମବଙ୍ଗର ସୁପ୍ରତୀମ ଘୋଷ୍‌ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ଟ୍ରଫି ଓ ୬୦,୦୦୦ ଟଙ୍କା ପୁରସ୍କାର ପାଇଛନ୍ତି। ପ୍ରଥମ ରନରଅପ୍‌ ଭାବେ ବିହାରର ଦିବ୍ୟାଂଶୁ କୁମାର ସିଂ ଟ୍ରଫି ଏବଂ ୪୦,୦୦୦ ଏବଂ ଦ୍ୱିତୀୟ ରନରଅପ୍‌ ଦିଲ୍ଲୀର ଗୌରବ ଶର୍ମା ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ଲାଭ କରିଥିଲେ। ଓଡ଼ିଶାର ଟପ୍‌ ଖେଳାଳିମାନଙ୍କ ମଧ୍ୟରେ ପ୍ରିୟବ୍ରତ ପଣ୍ଡା ପ୍ରଥମ, କିସ୍‌ର ବିନୋଦ କହଁର ଦ୍ୱିତୀୟ ଏବଂ ଶୁଭମ୍‌ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଜାତୀୟ ଭଲିବଲ ଟିମ୍‌ କୋଚ୍‌ ନାଗପୁରୀ ରମେଶ, ସର୍ବଭାରତୀୟ ଚେସ୍‌ ମହାସଂଘ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏଓସିଏ ସଭାପତି ଜି.ସି. ମହାପାତ୍ର ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ।

Share