Categories: ଜାତୀୟ

ପେଗାସସ୍‌ ତାତି,ସଂସଦ ଅଚଳ…

ନୂଆଦିଲ୍ଲୀ,୨।୮: ବିରୋଧୀ ଦଳଙ୍କ ପକ୍ଷରୁ ପେଗାସସ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ଫଳରେ ମୌସୁମୀ ଅଧିବେଶନରେ ଲୋକ ସଭା ଏବଂ ରାଜ୍ୟ ସଭାର ସାଧାରଣ କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ। ସୋମବାର ବିରୋଧୀଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କଂଗ୍ରେସର ଲୋକ ସଭା ସଦସ୍ୟ ମଣିକମ୍‌ ଟାଗୋର ପେଗାସସ୍‌ ପ୍ରସଙ୍ଗରେ ସ୍ଥଗନ ପ୍ରସ୍ତାବ ନୋଟିସ୍‌ ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ କରୋନା ମହାମାରୀ ଉପରେ ଆଲୋଚନା କରାଯିବା ପରେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍‌ ଉପରେ ଆଲୋଚନା ଶୀଘ୍ର କରାଯିବା ଲାଗି ବିରୋଧୀ ଦଳ ସଦସ୍ୟମାନେ ଅଡ଼ି ବସିଛନ୍ତି।

Share