Categories: ଜାତୀୟ

ପେଗାସସ୍‌ ତାତି, ୪ ମିନିଟ୍‌ରେ ଲୋକ ସଭା ମୁଲତବୀ…

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ ୧୧ଟାରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକ ସଭାର ସାଧାରଣ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପେଗାସସ୍‌, କରୋନା ଭାକ୍ସିନ୍‌, ପେଟ୍ରୋଲ-ଡିଜେଲ୍‌-ଗ୍ୟାସ୍‌ ଦାମ ବୃଦ୍ଧି ନେଇ ବିରୋଧୀ ଦଳ ସଦସ୍ୟମାନେ ହଙ୍ଗାମା କରିଥିଲେ। ତେଣୁ ୪ ମିନିଟ୍‌ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକ ସଭାକୁ ମୁଲତବୀ ରଖାଯାଇଥିଲା। ସେହିପରି ରାଜ୍ୟ ସଭାରେ ଗୃହର ସାଧାରଣ କାର୍ଯ୍ୟ ଅଚଳ ହୋଇପଡ଼ିବାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା ହୋଇଥିଲା। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ସଦସ୍ୟମାନେ ଭେଟି କରୋନା ଉପରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ। ଗୃହରେ ଏନେଇ ଅପରାହ୍ନ ୧ଟାରେ ଆଲୋଚନା ହେବ ବୋଲି ଅଧ୍ୟକ୍ଷ ଅନୁମତି ଦେଇଥିଲେ।

Share