Categories: ଜାତୀୟ

ପେଗାସସ୍‌ ମାମଲା: ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୫: ଆସନ୍ତା ଜୁନ୍‌ ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ଜଷ୍ଟିସ ରବିନ୍ଦ୍ରନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚାଯୋଗ୍ୟ, ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ ଟେକ୍‌ନିକାଲ କମିଟି ଗଠନ କରିଥିଲେ। କମିଟି ତଦନ୍ତ କରି କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି। ଆଜି ଏହାର ଶୁଣାଣି ବେଳେ ଚୂଡାନ୍ତ ରିପୋର୍ଟ ପାଇଁ କମିଟି ୪ ସପ୍ତାହ ସମୟ ମାଗିଥିଲା। କୋର୍ଟ ମଧ୍ୟ ଏଥିରେ ରାଜି ହୋଇଛନ୍ତି। ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଟେକ୍‌ନିକାଲ କମିଟିକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଜୁନ ୨୦ ସୁଦ୍ଧା ସୁପରଭାଇଜିଂ ବିଚାରପତିଙ୍କ ନିକଟରେ ପେଗାସସ ବିବାଦର ରିପୋର୍ଟ ଦାଖଲ କରିବେ। ଏହାପରେ ସୁପରଭାଇଜିଂ ଜଜ ଟେକ୍‌ନିକାଲ କମିଟିର ରିପୋର୍ଟକୁ ଅନୁଧ୍ୟାନ କରି ନିଜର ମତାମତ ଜୁନ ଶେଷ ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ। ଏହାପରେ ମାମଲା ଶୁଣାଣି ହେବ।
୨୦୧୭ରେ ଭାରତର କିଛି ନେତା, ମନ୍ତ୍ରୀ, ସାମ୍ବାଦିନ ଏବଂ ବୈଜ୍ଞାନିକଙ୍କ ବିରୋଧରେ ପେଗାସସ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

Share