ନୂଆଦିଲ୍ଲୀ,୨୮।୭: ପେଗାସସ୍ ଗୁପ୍ତଚରୀ ନେଇ ବିରୋଧି ଦଳଙ୍କ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ହରଡ଼ଘଣାରେ ପଡ଼ିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ପେଗାସସ୍ ଦ୍ୱାରା ଗୁପ୍ତଚରୀ ରାଷ୍ଟ୍ରବିରୋଧୀ। ସରକାର ଏହି ମାମଲାରେ ନୀରବତା ଅବଲମ୍ବନ ନ କରି ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାହୁଲ କହିଛନ୍ତି। ସଂସଦରେ ବିରୋଧୀଙ୍କ ସ୍ବରକୁ ଚପାଇ ଦିଆଯାଉଛି। ସରକାର ପେଗାସସ୍ କିଣିଛନ୍ତି କି ନାହିଁ ତାହାର ଉତ୍ତର ଦେବାକୁ ରାହୁଲ କହିଛନ୍ତି। କେନ୍ଦ୍ର ସରକାର ନିଜ ଲୋକଙ୍କ ପାଇଁ ପେଗାସସ୍ ଭଳି ଅସ୍ତ୍ର ପ୍ରୟୋଗ କରିଛନ୍ତି। ଫୋନ୍ରେ ପେଗାସସ୍ ଭଳି ଭୟଙ୍କର ଅସ୍ତ୍ର କାହିଁକି ବ୍ୟବହାର କରାଯାଉଥିଲା ତାହାର ଉତ୍ତର ସରକାର ଦେବାକୁ ରାହୁଲ ଦାବି କରିଛନ୍ତି।