ନୂଆଦିଲ୍ଲୀ,୪।୩(ପି.ଟି.): ବ୍ରାଜିଲ କିମ୍ବଦନ୍ତୀ ଫୁଟବଲର ପେଲେ ଓ ଭାରତୀୟ କ୍ରିକେଟ ଲିଜେଣ୍ଡ କପିଳଦେବ କୋଭିଡ୍-୧୯ ଟିକା ନେଇଛନ୍ତି। ଭାରତର ପ୍ରଥମ ବିଶ୍ୱକପ୍ ବିଜେତା ଅଧିନାୟକ ୬୨ ବର୍ଷୀୟ କପିଳଦେବ ବୁଧବାର ସ୍ଥାନୀୟ ଫର୍ଟିଜ ହସ୍ପିଟାଲରେ ଭ୍ୟାକ୍ସିନ ନେଇଛନ୍ତି। ପୂର୍ବରୁ ଟିମ୍ ଇଣ୍ଡିଆ ହେଡ୍କୋଚ୍ ରବି ଶାସ୍ତ୍ରୀ ମଙ୍ଗଳବାର ଅହମଦାବାଦ୍ରେ ମଧ୍ୟ ଏହି ଟିକା ନେଇଥିଲେ। ଗତବର୍ଷ ଅକ୍ଟୋବରରେ କପିଳ ହୃଦ୍ଘାତର ଶିକାର ହୋଇଥିଲେ ଓ ତାଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା।
ସେହିପରି ୩ଥର ବିଶ୍ୱକପ୍ ହାସଲ କରିଥିବା ୮୦ ବର୍ଷୀୟ ପେଲେ ମଙ୍ଗଳବାର ମଧ୍ୟ କରୋନା ଟିକା ନେଇଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦିନ ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି। କୋଭିଡ୍ ଟିକା ନେବାକୁ ପେଲେ ସମସ୍ତଙ୍କୁ ନିବେଦନ କରିଛନ୍ତି।