Categories: ଖେଳ

‘ଦିନେ ଆମେ ଆକାଶରେ ସାଙ୍ଗ ହୋଇ ଫୁଟବଲ୍‌ ଖେଳିବା’

ବୁଏନୋସ ଆଇରେସ,୨୬।୧୧: ଆର୍ଜେଣ୍ଟିନା ଫୁଟବଲ୍‌ ପଳର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ଏହି କିମୱଦନ୍ତୀ ଖେଳାଳିଙ୍କ ବିୟୋଗରେ ସମଗ୍ର କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି। ବ୍ରାଜିଲର ମହାନ ଫୁଟବଲର୍‌ ପେଲେ ମାରାଡୋନାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ଦିନେ ଆକାଶରେ ମାରାଡୋନାଙ୍କ ସହ ଫୁଟବଲ ଖେଳିବି। ପେଲେ ଟୁଇଟ୍‌ କରି କହିଛନ୍ତି, ଏହା ଏକ ଦୁଃଖଦ ଖବର। ମୁଁ ଜଣେ ଭଲ ବନ୍ଧୁ ଏବଂ ଦୁନିଆର ଜଣେ ମହାନ ଖେଳାଳି ହରାଇଲ। ବହୁତ କିଛି କହିବାକୁ ଅଛି, କିନ୍ତୁ ଏବେ କେବଳ କହିବି ଯେ ଭଗବାନ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ। ଆଶା କରେ ଦିନେ ଆମେ ଆକାଶରେ ଫୁଟବଲ ଖେଳିବା ବୋଲି ସେ କହିଛନ୍ତି। ପେଲେ ଏବଂ ମାରାଡୋନା ପରସ୍ପରର ଖେଳର ପ୍ରଶଂସକ ଥିଲେ। ଉଭୟଙ୍କର ଦୁସମ୍ପର୍କ ବନ୍ଧୁତ୍ୱର ଥିଲା। ଫୁଟବଲ ଖେଳକୁ ଉଭୟଙ୍କ ଅବଦାନକୁ ବିଶ୍ୱ ପ୍ରଶଂସା କରିଛି।

Share