Categories: ଖେଳ

ଜନ୍ମ ସହର ସାଣ୍ଟୋସରେ ହେବ ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା

ସାଓପାଉଲୋ,୩୦।୧୨: ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତାଙ୍କ ଜନ୍ମ ସହର ସାଣ୍ଟୋସରେ ହେବ। ଯେଉଁଠାରେ ସେ ତାଙ୍କ କ୍ୟାରିୟର ୩ଟିି ଶ୍ରେଷ୍ଠ ମ୍ୟାଚ ଖେଳିଛନ୍ତି। ବ୍ରାଜିଲରେ ପେଲେ ସାଣ୍ଟୋସ କ୍ଲବରେ ଖେଳିଥିଲେ। ଏହାକୁ ଦୃଷ୍ଟିରୁ ରଖି ସାଓପାଉଲୋ ଉପକଣ୍ଠସ୍ଥ ଭିଲା ବେଲ୍‌ମିରୋ ଷ୍ଟାଡିୟମରେ ତାଙ୍କୁ ଶେଷ ସମ୍ମାନ ଦିଆଯିବ। ଦୀର୍ଘ ଦିନ ହେଲା ପେଲେ କର୍କଟ ରୋଗରେ ପୀଡ଼ିତ ଥିଲେ। ଗୁରୁବାର ୮୨ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଥିଲେ। ପେଲେଙ୍କ ନେତୃତ୍ୱରେ ବ୍ରାଜିଲ ୧୯୫୮, ୧୯୬୨ ଓ ୧୯୭୦ରେ ବିଶ୍ୱକପ୍‌ ଜିତିଛି। ଦଳର ସେ ହେଉଛନ୍ତି ଅନ୍ୟତମ ସର୍ବକାଳୀନ ଗୋଲ ସ୍କୋରର। ସେ ୭୭ ଗୋଲ ସ୍କୋର କରିଥିବା ବେଳେ ଚଳିତ ବର୍ଷ କାତାର ବିଶ୍ୱକପ୍‌ରେ ନେମାର ଏକ୍ଷେତ୍ରରେ ତାଙ୍କ ସମକକ୍ଷ ହୋଇପାରିଛନ୍ତି।

Share