ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ

ନୂଆଦିଲ୍ଲୀ, ୧୩।୬: ଅରୁଣାଚଳ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୁଣିଥରେ ବାଜିମାତ୍‌ କରି ସରକାର ଗଠନ କରିଛି । ଲଗାତାର ତୃତୀୟଥର ପାଇଁ ସରକାର ଗଠନ କରିଛି ଦଳ । ଏଥିସହିତ ତୃତୀୟଥର ପାଇଁ ମଧ୍ୟ ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହିତ ଅନ୍ୟ ୧୧ ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ନେଇଛନ୍ତି । ଏଥର ରାଜ୍ୟ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ମନ୍ତ୍ରୀ ଭାବେ ପାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖୋ ପୁଲ୍‌ଙ୍କ ପତ୍ନୀ ଦସଙ୍ଗ୍ଲୁ ପୁଲ ନୂତନ ମହିଳା ମନ୍ତ୍ରୀ ହୋଇଛନ୍ତି । ୬୦ ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ଭାଜପା ୪୬ ଆସନ ଜିତିଛି ।

Share