Categories: ଜାତୀୟ

ଜମ୍ମୁ କଶ୍ମୀରରେ ମିଳିଲା ‘ପେନ ପିସ୍ତଲ’, ଆଲର୍ଟ ଜାରି

ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ସେମାନଙ୍କୁ ବିପଜ୍ଜନକ ଅସ୍ତ୍ର ଯୋଗାଉଛି ପାକିସ୍ତାନ। କଶ୍ମୀରର ବାନ୍ଦିପୋରାରେ ଏକ ’ପେନ ପିସ୍ତଲ’ ମିଳିଥିବା ନେଇ ପୋଲିସ ଆଲର୍ଟ ଜାରି କରିଛି। ଦୀର୍ଘ ୨୧ବର୍ଷ ପରେ ଜମ୍ମୁ କଶ୍ମୀରରେ ଏପରି ମାରଣାସ୍ତ୍ର ଦେଖିବାକୁ ମିଳିଛି। ଏହାକୁ ଅଲ ବଦରର ଆତଙ୍କବାଦୀଙ୍କ ନିକଟରୁ ଉଦ୍ଧାର କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ପୂର୍ବତନ ଡିଜିପି ଏସପି ବୈଦ କହିଛନ୍ତି, କୌଣସି ବ୍ୟକ୍ତି ପେନ ପିସ୍ତଲ ସାହାଯ୍ୟରେ ଯେକୌଣସି ସ୍ଥାନରେ ଆକ୍ରମଣ କରିପାରିବ ତେଣୁ ପୋଲିସ ପ୍ରତି ମୁହୂର୍ତ୍ତରେ ସତର୍କ ରହିବା ଜରୁରୀ ହୋଇପଡିଛି।

ସେ କହିଛନ୍ତି, ୨୦୦୨ରେ ଅଲ ପିଲର ଆତଙ୍କବାଦୀ ଶାଫାୟତ ଜୁବାଇର ରେସିଙ୍କ ନିକଟରୁ ଏହି ପିସ୍ତଲ ଉଦ୍ଧାର କରାଯାଇଥିଲା। ବାନ୍ଦିପୋରାରେ ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ପାକିସ୍ତାନ ଦ୍ୱାରା ରେଶିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନ ସର୍ବଦା ଜମ୍ମୁ କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି। ଏହି କାରଣରୁ ସେ ସୀମାରେ ଅନୁପ୍ରବେଶ କରୁଛି। ପାକିସ୍ତାନ ପ୍ରଥମେ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ କଶ୍ମୀର ଉପତ୍ୟକାକୁ ପଠାଇଥିଲା ଏବଂ ବର୍ତ୍ତମାନ ଉପତ୍ୟକାରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କ ନିକଟକୁ ପେନ ପିସ୍ତଲ ପଠାଇବା ଆରମ୍ଭ କରିଛି।

Share