ଢେଙ୍କାନାଳ ଅଫିସ,୨ା୯: ଢେଙ୍କାନାଳ ପୌର ସଂସ୍ଥା ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ଅଧିକାରୀ ଓ କର୍ମଚାରୀମାନେ ଶୁକ୍ରବାର କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଓ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ସ୍ବାୟତ୍ତ ଶାସନ ସନ୍ଧ୍ୟା ଉତ୍ସବକୁ ବାତିଲ କରାଯିବା ଓ ଏହାକୁ ନେଇ ନିର୍ବାହୀ ଅଧିକାରୀଙ୍କ ହ୍ବାଟ୍ସଆପ୍ରେ ଅଯୋଗ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ବୋଲି ମେସେଜ ଦେବା ପ୍ରତିବାଦରେ ଏହି ଧାରଣା ଦିଆଯାଇଛି।