ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ବିନା ଫିଟ୍‌ନେସ୍‌, ପଞ୍ଜୀକରଣରେ ଗାଡ଼ି ଚଳାଇଲେ ଫସିବେ

ଭୁବନେଶ୍ୱର, ୨୪।୭(ସୁନିତ୍‌ ମିଶ୍ର): ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିନା ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କେବଳ ଜରିମାନା ନୁହେଁ, ଏଣିକି ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରିବା ଭଳି ନିଷ୍ପତ୍ତି ନିଆଯାଇଛି। ସାରା ରାଜ୍ୟରେ ଫିଟ୍‌ନେସ୍‌ ଓ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପ ପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜି୍ୟକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ ଏବଂ ଅଣବାଣିଜି୍ୟକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ(ରେଜିଷ୍ଟ୍ରେଶନ)ସାର୍ଟିଫିକେଟ ବାଧ୍ୟତାମୂଳକ। ଏହା ନ ଥିଲେ ଗାଡ଼ି ରାସ୍ତାରେ ଚାଲିବାକୁ ଅନୁମତିପ୍ରାପ୍ତ ନୁହେଁ। ବାରମ୍ବାର ସଚେତନତା ସତ୍ତ୍ବେ କେତେଜଣ ଗାଡ଼ି ମାଲିକ ଏହାର ଉଲ୍ଲଂଘନ କରୁଥିବା ଦୃଷ୍ଟିକୁ ଆସିଛି। ଏଭଳି ଗାଡ଼ିଗୁଡ଼ିକ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିବା ନଜିର ମଧ୍ୟ ରହିଛି। ବୈଧ ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ ବିନା ଗଡ଼ୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନ୍‌ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିଁ। ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ୯ ପଏଣ୍ଟ ବିଶିଷ୍ଟ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରାଯାଇଛି।
ଏହି ନିର୍ଦ୍ଦେଶ ମୁତାବକ, ସମସ୍ତ ଗାଡ଼ିର ଫିଟ୍‌ନେସ୍‌ ଓ ପଞ୍ଜୀକରଣ ବୈଧତା ସମ୍ପର୍କରେ ନିୟମିତ ଭାବେ ସମ୍ପୃକ୍ତ ଅଞ୍ଚଳର ମୋଟର ଯାନ ନିରୀକ୍ଷକମାନେ ତଥ୍ୟ ସଂଗ୍ରହ କରିବେ। ବୈଧତା ଶେଷ ହୋଇଥିବା ଗାଡ଼ିର ମାଲିକଙ୍କ ଠିକଣା ଓ ଯୋଗାଯୋଗ ନମ୍ବର ସହ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଭଳି ଗାଡ଼ିଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ଯଦି ବୈଧ ଫିଟ୍‌ନେସ୍‌ ଓ ପଞ୍ଜୀକରଣ ସାର୍ଟିଫିକେଟ୍‌ ନ ଥିବା ଯୋଗୁ ଧରାପଡ଼ନ୍ତି ତେବେ ମୋଟର ଯାନ ଆଇନ ୧୯୮୮ର ଧାରା ୨୦୭ ଆଧାରରେ ସମ୍ପୃକ୍ତ ଗାଡ଼ିକୁ ଜବତ କରାଯିବ ଏବଂ ଇ-ଚାଲାଣ ଜାରି କରାଯିବ। ଫିଟ୍‌ନେସ୍‌ ଓ ପଞ୍ଜୀକରଣ ବୈଧତା ସରିଯାଇଥିବା ଗାଡ଼ିଗୁଡ଼ିକର ତଥ୍ୟ ପ୍ରତି ମାସ ଆର୍‌ଟିଓମାନଙ୍କ ପକ୍ଷରୁ ବସ୍‌/ଟ୍ରକ୍‌/ଟ୍ୟାକ୍ସି ଆଦି ସଂଘଙ୍କୁ ପଠାଯିବ। ଏଭଳି ଗାଡ଼ିକୁ ସଂଘ ପକ୍ଷରୁ ଅନୁମୋଦନ ନ କରିବାକୁ ଅନୁରୋଧ କରାଯିବ। ଆର୍‌ଟିଓ ଗୁଡ଼ିକ ଏହି ତଥ୍ୟକୁ ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରିବେ। ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଟୋଲ୍‌ଗେଟ୍‌ ଦେଇ ଯିବାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରାଯିବ ବୋଲି ଠାକୁର କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri