ଖାଦ୍ୟ ଉତ୍ପାଦନର ଦଣ୍ଡ

ବିଚିତ୍ର ବିଶ୍ୱାଳ

କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା ୨୦୨୨ ସୁଦ୍ଧା ଚାଷୀଙ୍କ ରୋଜଗାର ଦୁଇ ଗୁଣ ହେବ। ଆଉ ମାତ୍ର ୩ ମାସ ପରେ ପହଞ୍ଚିବ ୨୦୨୨। ଠିକ୍‌ ଏହି ସମୟରେ ନ୍ୟାଶ୍‌ନାଲ୍‌ ଷ୍ଟାଟିଷ୍ଟିକାଲ୍‌ ଅର୍ଗାନାଇଜେଶନ୍‌ ଦ୍ୱାରା ଗ୍ରାମୀଣ ଅଞ୍ଚଳରେ ଚାଷୀ ପରିବାରର ରୋଜଗାରକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୮-୧୯ର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ସଦ୍ୟ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ଆମ ଦେଶରେ ଜଣେ ଚାଷୀ ପରିବାରର ହାରାହାରି ରୋଜଗାର ମୂଲିଆଠାରୁ ବି କମ୍‌। କେନ୍ଦ୍ର ସରକାର ସବୁବେଳେ ଅଭିଯୋଗ କରୁଥିବା ପରି ଏହି ରିପୋର୍ଟକୁ କେଉଁ ଦେଶଦ୍ରୋହୀ ସଂସ୍ଥା ପ୍ରସ୍ତୁତ କରିନାହାନ୍ତି। ଖୋଦ୍‌ ସରକାରୀ ସଂସ୍ଥା ଏହାକୁ ପ୍ରସ୍ତୁତ କରିଛି। ସ୍ବାଧୀନତାର ୭୫ ବର୍ଷ ପରେ ଚାଷୀ ପରିବାରଟିଏ ଯଦି ଚାଷ ଅପେକ୍ଷା ମଜୁରିରୁ ଅଧିକ ରୋଜଗାର ପାଉଛି, ତେବେ ଆମ ଦେଶର କୃଷି ନୀତି କେତେ ଚାଷୀ ଉପଯୋଗୀ ଓ ନୀତି ନିର୍ମାତାମାନେ ଚାଷୀ ପାଇଁ କେତେ ଚିନ୍ତିତ ଏହା ଭଲ ଭାବେ ବୁଝି ହେଉଛି। ଚାଷୀଙ୍କ ଉତ୍ପାଦନକୁ ଉଚିତ ମୂଲ୍ୟ ମିଳୁ ନ ଥିବା ଯୋଗୁ ଓ ସରକାରଙ୍କ କୃଷିନୀତି ଚାଷୀଙ୍କ ଅପେକ୍ଷା କମ୍ପାନୀଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ଚାଷରୁ ରୋଜଗାର କମୁଛି ଓ ତୁଳନାତ୍ମକ ଭାବେ ଚାଷୀ ପରିବାରଟିଏ ଚାଷ ଅପେକ୍ଷା ମଜୁରିରୁ ଅଧିକ ରୋଜଗାର ପାଉଛି। ଏହା ପଛର ମୁଖ୍ୟ କାରଣ ହେଉଛି, ସରକାର ଚାହଁୁଛନ୍ତି ଲୋକମାନେ ଚାଷ ଛାଡ଼ି ମୂଲିଆରେ ପରିଣତ ହୁଅନ୍ତୁ ଓ ଏହାଦ୍ୱାରା ସହରକୁ ଶସ୍ତା ମୂଲ୍ୟରେ ଶ୍ରମିକ ଯୋଗାଇ ଦେଇହେବ। ଚାଷୀମାନଙ୍କୁ ଶ୍ରମିକରେ ପରିଣତ କରିବାର ଏହି ଧାରା ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଛି। ୨୦୧୧ ଜନଗଣନା ଅନୁସାରେ ପ୍ରତିଦିନ ୨ ହଜାର ଚାଷୀ ଚାଷ ଛାଡ଼ି ଦିନ ମଜୁରିଆରେ ପରିଣତ ହେଉଛନ୍ତି। ୨୦୧୨-୧୩ରେ ଗୋଟିଏ ଚାଷୀ ପରିବାର ତା’ର ସମୁଦାୟ ଆୟର ୪୮ ପ୍ରତିଶତ ଚାଷରୁ ପାଉଥିଲା, ଯାହା କି ୨୦୧୮-୧୯ରେ ୩୮ ପ୍ରତିଶତକୁ କମିଯାଇଛି। ଏହି ସମାନ ସମୟ ମଧ୍ୟରେ ଗୋଟିଏ ଚାଷୀ ପରିବାରର ମଜୁରିରୁ ଆୟ ୩୨ ପ୍ରତିଶତରୁ ବୃଦ୍ଧି ପାଇ ୪୦ ପ୍ରତିଶତରେ ପହଞ୍ଚିଛି।
ଏହି ରିପୋର୍ଟ ଅନୁସାରେ ଚାଷରେ ହେଉଥିବା କେବଳ ନଗଦ ଖର୍ଚ୍ଚକୁ ହିସାବକୁ ନେଇ ଦେଖିଲେ ୨୦୧୮-୧୯ରେ ଗୋଟେ ଚାଷୀ ପରିବାରର ମାସିକ ରୋଜଗାର ୧୦,୨୧୮ଟଙ୍କା। ୨୦୧୨-୧୩ରେ ଏହି ପରିମାଣ ୬୪୨୬ ଟଙ୍କା ଥିଲା। ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ହିସାବ କଲେ ଗତ ୬ ବର୍ଷ ମଧ୍ୟରେ ମାତ୍ର ୧୬% ରୋଜଗାର ବୃଦ୍ଧି ହୋଇଥିବାର ଦେଖାଯାଏ। ନଗଦ ଟଙ୍କା ଖର୍ଚ୍ଚ ସହିତ ଅନ୍ୟାନ୍ୟ ଖର୍ଚ୍ଚ ଯଥା ନିଜସ୍ବ ଶ୍ରମ, ବିହନ, ନିଜସ୍ବ ଯନ୍ତ୍ରପାତି ଆଦିର ମୂଲ୍ୟକୁ ହିସାବକୁ ନେଲେ ୨୦୧୮-୧୯ରେ ଗୋଟେ ଚାଷୀ ପରିବାରର ମାସିକ ଆୟ ୮୩୩୮ ଟଙ୍କା। ଏଥିରୁ କେବଳ ଚାଷରୁ ହୋଇଥିବା ରୋଜଗାରକୁ ଦେଖିଲେ ଚାଷୀ ପରିବାରଟିଏ ମାସକୁ ଚାଷରୁ ମାତ୍ର ୩୭୯୮ ଟଙ୍କା ରୋଜଗାର କରୁଛି। ମୁଦ୍ରାସ୍ଫୀତିକୁ ବିଚାରକୁ ନେଇ ହିସାବ କଲେ ୨୦୧୨-୧୩ ତୁଳନାରେ ଚାଷରୁ ରୋଜଗାର ମାତ୍ର ୮.୯ପ୍ରତିଶତ ବଢ଼ିଛି। ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡର ସାମ୍ବାଦିକ ଅଭିଷେକ ବାଘମ୍‌ରେ କରିଥିବା ଏକ ଚମତ୍କାର ବିଶ୍ଳେଷଣ ଅନୁସାରେ ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଜଣେ ଚାଷୀର ଦିନକୁ ଆୟ ମାତ୍ର ୨୭ ଟଙ୍କା। ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ଆମ ଦେଶର ଚାଷୀମାନେ ଖାଦ୍ୟ ଉପତ୍ାଦନ କରିବାର ଦଣ୍ଡ ଭୋଗୁଛନ୍ତି। ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଯୋଶେଫ୍‌ ଷ୍ଟିଗ୍‌ଲିଜ୍‌ କହନ୍ତି, ଭାରତରେ ଚାଷୀ ହେବା ଅପେକ୍ଷା ୟୁରୋପ୍‌ରେ ଗାଈ ହେବା ଢେର୍‌ ଗୁଣ ଭଲ। କାରଣ ୟୁରୋପରେ ଗୋଟିଏ ଗାଈକୁ ଦିନକୁ ୨ ଡଲାର ସବ୍‌ସିଡ୍‌ ମିଳୁଛି; ଯାହା ଭାରତରେ ଜଣେ ଚାଷୀର ରୋଜଗାରଠାରୁ ବହୁତ ଅଧିକ।
ରିପୋର୍ଟରେ ପୁନଶ୍ଚ ଉଲ୍ଲେଖ ଅଛି ଯେ, ୨୦୧୨-୧୩ରେ ଗୋଟିଏ ଚାଷୀ ପରିବାର ଉପରେ ହାରାହାରି ଋଣଭାର ୪୭,୦୦୦ ଟଙ୍କା ଥିବାବେଳେ ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୭୪,୧୦୦ ଟଙ୍କାରେ ପହଞ୍ଚିଛି। ଦେଶର ଅଧାରୁ ଅଧିକ ଅର୍ଥାତ୍‌ ୫୦.୨ ପ୍ରତିଶତ ଚାଷୀ ପରିବାର ଋଣ ବୋଝ ତଳେ ଚାପି ହୋଇଅଛନ୍ତି। ଲୋକ ସଭାରେ ଦିଆଯାଇଥିବା ଏକ ସୂଚନା ଅନୁସାରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଚାଷୀଙ୍କ ଉପରେ ଥିବା ଋଣ ବୋଝର ପରିମାଣ ସମୁଦାୟ ୧୬.୮ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଗୋଟିଏ ପଟେ ଚାଷୀଙ୍କ ଉପରେ ଋଣ ଭାର ବଢ଼ି ଚାଲୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ଚାଷୀଙ୍କ ଆୟରେ ବୃଦ୍ଧି ହେଉନାହଁି। ଏଥିସହିତ ଆଉ ଗୋଟିଏ କଥା ଦେଖାଯାଉଛି ଯେ, ଚାଷୀମାନଙ୍କର ପରିବାର ପିଛା ଜମିର ପରିମାଣ ବି କମି କମି ଚାଲୁଛି। ଆମ ଦେଶର ସମୁଦାୟ ଚାଷୀଙ୍କ ମଧ୍ୟରୁ ୭୦.୮ ପ୍ରତିଶତ ଚାଷୀ ପରିବାରଙ୍କ ପାଖରେ ୧ ହେକ୍ଟରରୁ କମ୍‌ ଜମି ଅଛି। ମାତ୍ର ୯.୯ ପ୍ରତିଶତ ଚାଷୀ ପରିବାରଙ୍କ ପାଖରେ ୧ ହେକ୍ଟରୁ ୨ ହେକ୍ଟର ମଧ୍ୟରେ ଜମି ଅଛି। ସରକାରଙ୍କ ହିସାବରେ ଚାଷୀ ପରିବାର କହିଲେ, ଯେଉଁ ପରିବାର ଚାଷ ଓ ଚାଷ ସମ୍ବନ୍ଧୀୟ ଆନୁଷଙ୍ଗିକ କ୍ଷେତ୍ରର ଉପତ୍ାଦନରୁ ୪୦୦୦ ଟଙ୍କାରୁ ଅଧିକ ପାଉଥିବେ ଏବଂ ପରିବାରର ଜଣେ ସଦସ୍ୟ ପ୍ରାଥମିକ ଭାବେ ଗତ ବର୍ଷେ ମଧ୍ୟରେ ଚାଷ ସହିତ ଜଡ଼ିତ ଥିବେ। ଏତଦ୍‌ବ୍ୟତୀତ ଗ୍ରାମାଞ୍ଚଳର ମାତ୍ର ୦.୨ ପ୍ରତିଶତ ଚାଷୀ ପରିବାର ପାଖରେ ୧୦ ହେକ୍ଟରରୁ ଅଧିକ ଜମି ଅଛି। ସଂପ୍ରତି ଚାଲୁଥିବା ଚାଷୀ ଆନ୍ଦୋଳନକୁ ସରକାର ଯେତେବେଳେ ବଡ଼ ଚାଷୀମାନଙ୍କର ଆନ୍ଦୋଳନ କହି ଟାଳି ଦେଉଛନ୍ତି, ସେତେବେଳେ ଏହି ପରିସଂଖ୍ୟାନକୁ ଦେଖିଲେ ବୁଝି ହେଉଛି ଯେ, ସରକାର କେତେ ଧୂର୍ତ୍ତତାର ସହିତ ଗାଲୁଆମି କରୁଛନ୍ତି।
ବଡ଼ ଚାଷୀ ହୁଅନ୍ତୁ କି ଛୋଟ ଚାଷୀ, ଉପତ୍ାଦନକୁ ଉଚିତ ମୂଲ୍ୟ ନ ମିଳିବାର ଧାରା ଦଶନ୍ଧି ଦଶନ୍ଧି ଧରି ଆମ ଦେଶରେ ଜାରି ରହିଛି। ଏହା ହଁି ଚାଷୀମାନେ ଗରିବ ହେବାର ଏକ ମୁଖ୍ୟ କାରଣ। ସରକାର ପରେ ସରକାର ପରିବର୍ତ୍ତନ ହେଉଛି, କିନ୍ତୁ ଚାଷୀଙ୍କ ଉପତ୍ାଦନକୁ ଉଚିତ ମୂଲ୍ୟ ଦେବାକୁ କେହି ବି ଚାହଁୁନାହାନ୍ତି। ସରକାର ଯଦି କେବଳ ଚାଷୀମାନଙ୍କୁ ସେମାନଙ୍କର ଉପତ୍ାଦନର ଉଚିତ ମୂଲ୍ୟ ଓ ଚାଷୀମାନଙ୍କ ପାଇଁ ଏକ ରୋଜଗାର ସୁରକ୍ଷାର ବ୍ୟବସ୍ଥା କରନ୍ତେ, ଚାଷୀମାନଙ୍କ ଅବସ୍ଥାରେ ନିଶ୍ଚୟ ପରିବର୍ତ୍ତନ ହୋଇପାରନ୍ତା। ଆମେ ଦେଖୁଛେ ଯେ, ଚାଷୀମାନେ ଅନେକ କଷ୍ଟ ସହି, ପ୍ରାକୃତିକ ବିପର୍ଯ୍ୟୟ ସହିତ ଲଢ଼ି, ଉପତ୍ାଦନର ଉଚିତ ଦାମ୍‌ ନ ମିଳିବା ସତ୍ତ୍ୱେ ବି ବର୍ଷ ବର୍ଷ ଧରି ଦେଶବାସୀଙ୍କ ପାଇଁ ଖାଦ୍ୟ ଉପତ୍ାଦନ କରିଆସୁଛନ୍ତି। କିନ୍ତୁ ସେମାନଙ୍କର ଆର୍ଥିକ ପରିସ୍ଥିତି ଦେଖିଲେ ଯେମିତି ଲାଗୁଛି, ସେମାନେ ଖାଦ୍ୟ ଉପତ୍ାଦନ କରିବାର ଦଣ୍ଡ ଭୋଗୁଛନ୍ତି। ୨୦୨୦-୨୧ରେ ଆମ ଦେଶରେ ରେକର୍ଡ ପରିମାଣର ୩୦୮.୫ ମିଲିଅନ୍‌ ଟନ୍‌ ଖାଦ୍ୟଶସ୍ୟ ଉପତ୍ାଦନ ହୋଇଛି। ୨୦୧୮-୧୯ରେ ଆମ ଦେଶର ଚାଷୀମାନେ ୧୮୭.୭୫ ମିଲିଅନ୍‌ ଟନ୍‌ କ୍ଷୀର, ୧୭୪.୬୩ ମିଲିଅନ୍‌ ଟନ୍‌ ଧାନ, ୧୦୨.୧୯ ମିଲିଅନ୍‌ ଟନ୍‌ ଗହମ ଉପତ୍ାଦନ କରିଥିଲେ। ଏହା ସହିତ ୩୨୦.୪୭ ମିଲିଅନ୍‌ ଟନ୍‌ ଫଳ ଓ ପନିପରିବା ଆଦି ଉପତ୍ାଦନ କରିଥିଲେ। ପ୍ରତିବର୍ଷ ଉପତ୍ାଦନ ବଢ଼ି ବଢ଼ି ଚାଲୁଛି। ଏହାର ଶ୍ରେୟ କେବଳ ଆମ ଚାଷୀମାନଙ୍କ ପାଖକୁ ହଁି ଯିବ। ଏତେ ସବୁ ଉପତ୍ାଦନ କରିବା ସତ୍ତ୍ୱେ ବି ଆର୍ଥିକ ଅବସ୍ଥାର ଶିଡ଼ିରେ ଚାଷୀମାନେ ପୂରା ତଳ ପାହାଚରେ ଅଛନ୍ତି।
ନୀତି ଆୟୋଗର ଏକ ରିପୋର୍ଟରେ ପ୍ରସ୍ତାବ ଦେଇ କୁହାଯାଇଥିଲା ଯେ, ୨୦୨୨ ସୁଦ୍ଧା ଯଦି ଆମ ଦେଶର ଚାଷୀଙ୍କ ସଂଖ୍ୟା ୫୫ ପ୍ରତିଶତରେ ସୀମିତ ରହିବ ତେବେ ଚାଷୀଙ୍କ ଆମଦାନୀ ଦୁଇଗୁଣ ହୋଇଯିବ। ଅର୍ଥଶାସ୍ତ୍ରୀମାନେ ବାରମ୍ବାର କହୁଥିଲେ ଯେ, ଅଧିକ ଲୋକ ଚାଷ କ୍ଷେତ୍ରରେ ଥିବାରୁ ଚାଷରେ ଚାଷୀମାନେ କ୍ଷତି ସହୁଛନ୍ତି। ତେଣୁ ଅଧା ସଂଖ୍ୟକ ଚାଷୀ ଚାଷରୁ ବାହାରି ଯାଇ ଅଣଚାଷ ବୃତ୍ତିକୁ ଆପଣେଇବା ଆବଶ୍ୟକ। ଆଜି ଚାଷୀମାନଙ୍କ ସଂଖ୍ୟା ପାଖାପାଖି ୫୦ ପ୍ରତିଶତରେ ପହଞ୍ଚତ୍ ଗଲାଣି। ଅର୍ଥାତ୍‌ ଅନେକ ଲୋକ ଚାଷ କ୍ଷେତ୍ରରୁ ବାହାରି ଯାଇ ମୂଲିଆରେ ପରିଣତ ହୋଇସାରିଲେଣି। ତଥାପି ମଧ୍ୟ ଆମେ ଦେଖୁଛେ ଯେ, ୨୦୧୮-୧୯ରେ ଚାଷରୁ ହେଉଥିବା ରୋଜଗାର ତୁଳନାରେ ମଜୁରିରୁ ହେଉଥିବା ରୋଜଗାର ଅଧିକ। ତା’ହେଲେ ସେହି ତଥାକଥିତ ଅର୍ଥଶାସ୍ତ୍ରୀମାନେ ଏହାର ଉତ୍ତର କ’ଣ ଦେବେ!
ଗୋଟିଏ କଥା ସ୍ପଷ୍ଟ ଯେ, ସରକାରଙ୍କୁ ଚାଷୀମାନଙ୍କ ଉପତ୍ାଦନର ଉଚିତ ମୂଲ୍ୟ ଦେବାକୁ ହେବ। ଏବେ ବି ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଉପତ୍ାଦନ ଖର୍ଚ୍ଚ ଉଠୁନାହଁି। ଗୋଟିଏ ପଟେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ସେବାର ଦରଦାମ୍‌ ଆକାଶଛୁଆଁ ବୃଦ୍ଧି ଘଟିଥିବା ବେଳେ, ଚାଷୀଙ୍କ ଉପତ୍ାଦନର ଦାମ୍‌ ଆଖି ଦୃଶିଆ ବଢ଼ିନାହଁି। ଚାଷୀଙ୍କ ଉପତ୍ାଦନର ବହୁତ କମ୍‌ ଦାମ୍‌ ମିଳୁଥିବା ବେଳେ ଓ ଚାଷୀମାନେ ଆଜିର ଚଢ଼ା ବଜାରରୁ ସେମାନଙ୍କ ଆବଶ୍ୟକୀୟ ଜିନିଷ ପତ୍ର କିଣୁଥିବାରୁ ସେମାନଙ୍କ ଶ୍ରମ ଭୟଙ୍କର ଭାବେ ଶୋଷିତ ହେଉଛି। ଫଳରେ ଯେତେ ପରିଶ୍ରମ କଲେ ସୁଦ୍ଧା ଚାଷୀଟିର ଅବସ୍ଥାରେ ସୁଧାର ଆସୁନାହଁି। କାରଣ ଆଜିର ବଜାର ଅର୍ଥନୀତିର ଜାଲରେ ପଡ଼ି ଚାଷୀଟି ଛଟ୍‌ପଟ୍‌ ହେଉଛି।
ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଚାଷୀଙ୍କର ପରିଶ୍ରମ ଓ ଉପତ୍ାଦନ ଯୋଗୁ ହଁି ଆମେ ସମସ୍ତେ ଖାଦ୍ୟ ପାଇପାରୁଛନ୍ତି; ଯାହା ଆମ ଜୀବନଧାରଣର ମୁଖ୍ୟ ଉପାଦାନ। ବିନା ଖାଦ୍ୟରେ କେହି ବି ବଞ୍ଚିପାରିବେ ନାହଁି। ତେଣୁ ଚାଷୀମାନଙ୍କର ବାସ୍ତବିକ ବିକାଶ ବିନା କୌଣସି ରାଷ୍ଟ୍ର କେବେ ବି ଉପରକୁ ଉଠିପାରିବ ନାହଁି। ଏବେ ସମୟ ଆସିଛି ଚାଷୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ନ ଦେଇ ବାସ୍ତବ ଅର୍ଥରେ ସେମାନଙ୍କର ବିକାଶ ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ହେବ। ଅନ୍ତତଃପକ୍ଷେ ଚାଷୀଙ୍କ ଉପତ୍ାଦନକୁ ଉଚିତ ଦାମ୍‌ ଓ ଚାଷୀମାନଙ୍କ ପାଇଁ ଏକ ନିୟମିତ ରୋଜଗାର ସୁରକ୍ଷାର ବ୍ୟବସ୍ଥା କରିବାକୁ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ:୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri