ସୋରଡା,୨୮।୧୦: ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ୍ ଚାଳକଙ୍କୁ ଅଟକାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଗାଡ଼ି ଚଳାଇଲା ବେଳେ ହେଲମେଟ ପରିଧାନ, ଇନ୍ସ୍ୟୁରାନ୍ସ କରିବା, ଦ୍ରୁତଗତିରେ ଗାଡ଼ି ନ ଚଳାଇବା, ଗାଡି ଚଳାଉଥିବା ବେଳେ ମୋବାଇଲରେ କଥା ନ ହେବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ପୋଲିସର ଯାଞ୍ଚ ସମୟରେ ବେପରୁଆ ଭାବେ ଦ୍ରୁତଗତିରେ ଯାଇଥିବା କିଛି ଚାଳକଙ୍କୁ ସିସିଟିଭି ମାଧ୍ୟମରେ ଟ୍ରାକିଂ କରାଯାଇଛି। ସମସ୍ତେ ହେଲମେଟ ବ୍ୟବହାର କରି ସୁରକ୍ଷିତ ରହିବା ପାଇଁ ଏହି ଯାଞ୍ଚ କ୍ରମାନ୍ବୟ ଭାବେ ଚାଲିବ ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।