Categories: ଖେଳ

ଆଟମାନେଙ୍କୁ ଜରିମାନା

ପ୍ୟାରିସ, ୧।୬ (ପି.ଟି.): ଫ୍ରେଞ୍ଚ୍‌ ଟେନିସ ଖେଳାଳି ଟେରେନ୍ସ ଆଟମାନେଙ୍କୁ ୨୫,୦୦୦ ଆମେରିକୀୟ ଡଲାର (ପାଖାପାଖି ୨୩,୦୦୦ ୟୁରୋ) ଜରିମାନା ଆକାରରେ ଦେବାକୁ ପଡ଼ିଛି। ଏହା ହେଉଛି ତାଙ୍କ ପ୍ରାଇଜ୍‌ମନିର ଏକ ତୃତୀୟାଂଶ। ସେ ପ୍ରଥମ ରାଉଣ୍ଡ ମ୍ୟାଚ ହାରିବାପରେ କ୍ରୋଧରେ ବଲ୍‌କୁ ହିଟ୍‌ କରିଥିଲେ। ଘଟଣାବଶତଃ ବଲ୍‌ଟି ଷ୍ଟାଣ୍ଡରେ ବସିଥିବା ଜଣେ ଦର୍ଶକଙ୍କୁ ଆଘାତ ଦେଇଥିଲା। ୧୨୦ତମ ର଼୍ୟାଙ୍କିଙ୍ଗ୍‌ରେ ଥିବା ୨୨ ବର୍ଷୀୟ ଆଟମାନେ ଅଷ୍ଟ୍ରିଆର ସେବାଷ୍‌ଟିଆନ ଓପନରଙ୍କ ବିପକ୍ଷରେ ୪ର୍ଥ ସେଟ୍‌ରେ ଏକ ପଏଣ୍ଟ ହରାଇବାପରେ ରାଗିକି ୪୯୨ ଦର୍ଶକ କ୍ଷମତା ବିଶିଷ୍ଟ କୋର୍ଟ ନଂ-୧୨ର ଓ୍ବାଲ୍‌ ଉପରେ ବଲ୍‌କୁ ମାରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଫ୍ରେଞ୍ଚ୍‌ ଓପନ ଟେନିସରେ ପ୍ରଥମ ରାଉଣ୍ଡ ହାରିଥିବା ଖେଳାଳି ପୁରସ୍କାର ରାଶି ଆକାରରେ ୭୩,୦୦୦ ୟୁରୋ (ପାଖାପାଖି ୮୦,୦୦୦ ଆମେରିକୀୟ ଡଲାର) ପାଇଥାନ୍ତି।

Share