ଭିମ୍‌ସାରକୁ ୧୧. ୨୨ ଲକ୍ଷ ଟଙ୍କା ଜରିମାନା

ସମ୍ବଲପୁର,୨୫ା୯(ପ୍ରମୋଦ ବହିଦାର):ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି ପାଇଁ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିସମାର)କୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜରିମାନା କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ନ ହୋଇ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ହେଉଥିବା ଦର୍ଶାଇ ପ୍ରଦୂଷଣ ବୋର୍ଡ ଭିମ୍‌ସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କା ଅର୍ଥଦଣ୍ଡାଦେଶ ଦେଇଛନ୍ତି। ଏନେଇ ଗତ ସେପ୍ଟେମ୍ବର ୧୦ରେ ବୋର୍ଡ ପକ୍ଷରୁ ଭିମ୍‌ସାରକୁ ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି। ବର୍ଜ୍ୟବସ୍ତୁ ପରିଚାଳନାର ଠିକ ବ୍ୟବସ୍ଥା କରିବାକୁ ଭିମସାର କର୍ତ୍ତୃପକ୍ଷ ପ୍ରଦୂଷଣ ବୋର୍ଡଙ୍କୁ ୧୫ ଦିନ ସମୟ ମାଗିଥିଲେ। ଉକ୍ତ ୧୫ ଦିନ ମଧ୍ୟରେ କୌଣସି ପ୍ରତିକାର ବ୍ୟବସ୍ଥା କରିବାରେ ବିଫଳ ହେବା କଥାକୁ ସ୍ବୀକାର କରିଛନ୍ତି ଭିମସାର ନିର୍ଦ୍ଦେଶକ ଡା. ଭାବଗ୍ରାହୀ ରଥ। ତେବେ ତାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କ ବୈଠକ ବସି ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ଅନେକ ବିଚାର ବିମର୍ଷ ପରେ ଭିମ୍‌ସାରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଆଉ କିଛି ସମୟ ମାଗିବା ସହ ଜରିମାନା କ୍ଷମା ପାଇଁ ଭିମ୍‌ସାର କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖି ନିବେଦନ କରିଛନ୍ତି ବୋଲି ନିର୍ଦ୍ଦେଶକ ଡା. ରଥ କହିଛନ୍ତି।

ଭିମ୍‌ସାରର ବିଭିନ୍ନ ୱାର୍ଡରୁ ନିର୍ଗତ ବର୍ଜ୍ୟବସ୍ତୁକୁ ପରିଚାଳନା ପାଇଁ ରହିଥିବା ଇନ୍‌ସିରେଟର୍‌ ମେଶିନ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏହା ଦୀର୍ଘ ଦିନ ହେଲା ଖରାପ ହୋଇଥିଲେ ମଧ୍ୟ ଏହାକୁ ଦଦଳା ଯାଇନାହିଁ। ସେହିପରି ବର୍ଯ୍ୟବସ୍ତୁ ପରିଚାଳନା କିଭଳି ହେଉଛି ତାହା ସିସିଟିଭି ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ଯୋଗାଯୋଗରେ ରହିବା ନିୟମ ଥିବାବେଳେ ଏଥିରେ ବ୍ୟତିକ୍ରମ ରହିଛି। ଏହି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ସମୟ ସାପେକ୍ଷ ହୋଇଥିବାରୁ ଏଥିପାଇଁ ପ୍ରଦୂଷଣ ବୋର୍ଡକୁ ସମୟ ମଗାଯାଇଛି ବୋଲି ନିର୍ଦ୍ଦେଶକ ଡା. ରଥ କହିଛନ୍ତି।
ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଡ. ସତ୍ୟନାରାୟଣ ନନ୍ଦ କହିଛନ୍ତି ଯେ, ଏସମ୍ପର୍କରେ ବାରମ୍ବାର ଚିଠି ଲେଖାଯିବା ସତ୍ତ୍ୱେ ଭିମସାର କର୍ତ୍ତୃପକ୍ଷ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ନାହିଁ। ଗତବର୍ଷ ୨୦୨୩ ଅଗଷ୍ଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଶେଷଜ୍ଞଙ୍କ ଏକ ପ୍ରତିନିଧି ଭିମସାର ଗସ୍ତ କରି ବର୍ଜ୍ୟବସ୍ତୁ ପରିଚାଳନାର ଅନୁଧ୍ୟାନ କରିଥିଲେ। ଏହାବାଦ ଗତ ୨୦୨୪ ଏପ୍ରିଲ ୧ରେ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏହାର ରିପୋର୍ଟ ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ଦାଖଲ ହୋଇଥିଲା। ଉକ୍ତ ରିପୋର୍ଟରେ ଭିମସାରରେ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଅନେକ ତ୍ରୁଟି ରହିଛି। ଯଦ୍ୱାରା ପ୍ରଦୂଷଣ ବୃଦ୍ଧି ହେଉଛି ବୋଲି ଦର୍ଶାଇ ଯଥାଶୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପତ୍ର ମାଧ୍ୟମରେ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କର୍ତ୍ତୃପକ୍ଷ ଏହାର ଉତ୍ତର ନ ଦେବାରୁ ଗତ ସେପ୍ଟେମ୍ବର ୧୦ରେ ବୋର୍ଡ ପକ୍ଷରୁ ଭିମ୍‌ସାରକୁ ଜରିମାନା କରି ୧୫ ଦିନ ମଧ୍ୟରେ ପଇଠ କରିବାକୁ ନୋଟିସ ଜାରି କରାଯାଇଥିଲା ବୋଲି ଡ. ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

ପାଣିକୁ ଖସିପଡ଼ିଲା ଟ୍ରକ୍‌ ଡାଲା, ଯିଏ ପାରିଲେ ଯେତେ ବୋହିନେଲେ ଫଳ

ଭଣ୍ଡାରିପୋଖରୀ,୨୪ା୯(ରାଜେନ୍ଦ୍ର ଶତପଥୀ): ଭଣ୍ଡାରିପୋଖରୀ ଥାନା ୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ମଙ୍ଗଳବାର ଏକ ଫଳ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ଥିବା ମହାନ୍ତି...

ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ...

ଆଜିଠୁ ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ

ଭୁବନେଶ୍ୱର, ୨୫ା୯(ବନ୍ଦନା ସେଠୀ):ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ବୁଧବାର ଓ ଗୁରୁବାର ଜରୁରିକାଳୀନ ରୋଗୀ ସେବାରେ ବାଧା ନ...

ଏଥର ଡିଜେ, ମଦ, ପ୍ଲାଷ୍ଟିକ୍‌ ମୁକ୍ତ ଦୁର୍ଗାପୂଜା

ଭୁବନେଶ୍ୱର,୨୫ା୯(ସତ୍ୟଜିତ୍‌ ରାଉତ):ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡିଛି। ଏନେଇ କମିଶନରେଟ୍‌ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri