Categories: ଜାତୀୟ

ଆର୍ନିଆ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଶ୍ରୀନଗର,୩୧।୭ : ଜମ୍ମୁ-କଶ୍ମୀରରେ ସୀମା ପାରରୁ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଏସଏଫ ଯବାନମାନେ ପଣ୍ଡ କରିଛନ୍ତି। ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଛନ୍ତି। ରବିବାର-ସୋମବାର ରାତି ପ୍ରାୟ ସାଢ଼େ ୧ଟା ସମୟରେ ଜଣେ ଅନୁପ୍ରବେଶକାରୀ ଆରଏସ ପୁର, ଜମ୍ମୁ-କଶ୍ମୀରର ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ତାଙ୍କୁ ଏନେଇ ସର୍ତକ ସୂଚନା ଦିଆଯାଇଥିଲା। ତେବେ ସେ ଏହାକୁ ନମାନି ଅନୁପ୍ରବେଶ କରିଥିଲେ।

ଏହାପରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନମାନଙ୍କ ପକ୍ଷରୁ ସୁରକ୍ଷା ପଦକ୍ଷେପ ସ୍ବରୂପ ଗୁଳିଚାଳନା କରାଯାଇଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ପ୍ରଦାନ କରିଛନ୍ତି। ଏହା ପରେ ସୀମାରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି।

Share