Categories: Uncategorized

ପେଙ୍ଗୁଇନ୍‌କୁ ମେଜର ଜେନେରାଲକୁ ପଦୋନ୍ନତି

ଇଡେନ୍‌ବର୍ଗ: ଦେଶର ସୁରକ୍ଷା ପାଇଁ ସୈନିକଙ୍କ ଯୋଗଦାନ ରହିଥାଏ। ହେଲେ ନିକଟରେ ଏକ ପେଙ୍ଗୁଇନ୍‌ର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ସେହି ପେଙ୍ଗୁଇନ୍‌ ସେନାର ଏକ ଅଂଶ ବୋଲି ଜଣାପଡିଛି। ବର୍ତ୍ତମାନ ଉକ୍ତ ପେଙ୍ଗୁଇନ୍‌କୁ ବ୍ରିଗେଡିୟର ପଦବୀରୁ ପଦୋନ୍ନତି କରାଯାଇ ମେଜର ଜେନେରାଲ ପଦବୀ ଦିଆଯାଇଛି। ସ୍କଟ୍‌ଲାଣ୍ଡର ଇଡେନ୍‌ବର୍ଗର ଚିଡ଼ିଆଖାନାରେ ରହୁଥିବା ସାର୍‌ ନିଲ୍ସ ଓଲାଭ୍‌ ତୃତୀୟ ନାମକ ଏକ ପେଙ୍ଗୁଇନ୍‌କୁ ନରୱିଜିୱାନ ସେନାର ବ୍ରିଗେଡିୟର ପଦବୀରୁ ମେଜର ଜେନେରାଲ ପଦବୀକୁ ପଦୋନ୍ନତି କରାଯାଇଛି। ନରୱିଜିୱାନ୍‌ ରାଜାଙ୍କ ଗାର୍ଡ ପାଇଁ ଶୁଭ ମାନୁଥିବା ଏହି ପକ୍ଷୀକୁ ଚିଡ଼ିଆଖାନାରେ ନିକଟରେ ଏକ ବିଶେଷ ସମାରୋହରେ ଏହି ପଦବୀରେ ସମ୍ମାନିତ କରାଯାଇଛି। ଏଠାରେ ପେଙ୍ଗୁଇନ୍‌କୁ ସମ୍ମାନିତ କରିବା ପରମ୍ପରା ୧୯୭୨ ମସିହାରୁ ଆରମ୍ଭ ହୋଇଛି। ସେତେବେଳେ ନରୱିଜିୱାନ୍‌ର ରାଜା ଚିଡ଼ିଆଖାନା ବୁଲିବାବେଳେ ସେଠାରେ ଏକ ପେଙ୍ଗୁଇନ୍‌କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହାକୁ ରାଜା ସେନାର ଶୁଭକାଂକ୍ଷୀ ଭାବେ ମାନିଥିଲେ। ସେବେଠାରୁ ପେଙ୍ଗୁଇନ୍‌କୁ ପଦୋନ୍ନତି କରାଯାଉଛି। ଏଠାରେ ସାର୍‌ ନିଲ୍ସ ଓଲାଭ୍‌ ତୃତୀୟକୁ ସେନାର ତୃତୀୟ ସଚ୍ଚୋଟ ର଼୍ୟାଙ୍କ୍‌ର ଅଧିକାରୀ କରାଯାଇଛି। ଏହି ପଦୋନ୍ନତି କାର୍ଯ୍ୟକ୍ରମରେ ସାର୍‌ ନିଲ୍ସ ଓଲାଭ୍‌ ତୃତୀୟ ପେଙ୍ଗୁଇନ୍‌ର ଏକ ଫଟୋ ଦେଖିବାକୁ ମିଳିଛି। ଏହି ପେଙ୍ଗୁଇନ୍‌ ଚିଡ଼ିଆଖାନାରେ ରହୁଥିବାବେଳେ ତାଙ୍କର ପଦୋନ୍ନତିର ଘୋଷଣା ଏକ୍ସ ଦ୍ୱାରା କରାଯାଇଛି।