Categories: ଜାତୀୟ

ଏଣିକି ଏଡ୍‌ସ ପୀଡ଼ିତଙ୍କୁ ମିଳିବ ପେନ୍‌ସନ

ଚଣ୍ଡିଗଡ଼,୧୮।୬: ଏଡ୍‌ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରତିମାସରେ ଏଡ୍‌ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍‌ସନ ପ୍ରଦାନ କରିବେ ହରିଆଣା ସରକାର। ଏନେଇ ଶୁକ୍ରବାର ସୋନିପତ ଜିଲା ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏଡ୍‌ସ ପୀଡ଼ିତ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୭୮ ଜଣ ଆକ୍ରାନ୍ତଙ୍କ ତାଲିକା ପ୍ରସ୍ତୁତ କରାଯାଇ ହାଇ କମାଣ୍ଡକୁ ପଠାଯାଇଛି। ଏହି ତାଲିକାରେ ସେମାନେ ନାମ ରହିଛି, ଯେଉଁମାନେ ହସ୍ପିଟାଲରୁ ଔଷଧ ଖାଇବା ସହ ନିଜର ନାମ ପଞ୍ଜୀକରଣ କରାଇଛନ୍ତି। ବର୍ତ୍ତମାନ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ ବୋଲି ଜଣେ ସ୍ବାସ୍ଥ୍ୟକର୍ମୀ କହିଛନ୍ତି। ଏଥିପାଇଁ ଜିଲା କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାପରେ ପ୍ରତିମାସରେ ସମସ୍ତ ଏଡ୍‌ସ ସଂକ୍ରମିତଙ୍କ ପେନ୍‌ସନ ସିଧା ତାଙ୍କ ଖାତାକୁ ଯିବ।

Share