ପୋର୍ଟାଲରୁ ମିଳିବ ପେନ୍‌ସନ ଅର୍ଡର

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କଣ୍ଟ୍ରୋଲର ଅଫ୍‌ ଆକାଉଣ୍ଟସ୍‌ କାର୍ଯ୍ୟାଳୟ ଦ୍ୱାରା ପଠାଯାଇଥିବା ପେନ୍‌ସନ ଅର୍ଡରଗୁଡ଼ିକ ଚଳିତ ବର୍ଷ ଏପ୍ରିଲ ପହିଲାଠାରୁ ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌(ଆଇଏଫ୍‌ଏମ୍‌ଏସ୍‌) ପୋର୍ଟାଲରେ ଅପ୍‌ଲୋଡ୍‌ କରାଯାଉଛି। ଅବସରପ୍ରାପ୍ତ କର୍ମଚାରୀ ଅଥବା ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଏନେଇ ଅବଗତ କରାଯାଉଛି। ସେମାନେ ସମ୍ପୃକ୍ତ ଟ୍ରେଜେରି/ସ୍ବତନ୍ତ୍ର ଟ୍ରେଜେରି/ସବ୍‌ଟ୍ରେଜେରି ଅଫିସରଙ୍କଠାରୁ ସେମାନଙ୍କ ପ୍ରାପ୍ୟ ପାଇବା ପାଇଁ ସାକ୍ଷାତ କରି ପାରିବେ। ଆବଶ୍ୟକ ସ୍ଥଳେ ପେନ୍‌ସନ୍‌ଭୋଗୀମାନେ ସେମାନଙ୍କ ପେନ୍‌ସନ ପେମେଣ୍ଟ ଆଦେଶ odishatreasury.gov.in ମାଧ୍ୟମରେ ଡାଉନ୍‌ଲୋଡ୍‌ କରିପାରିବେ।

Share