Categories: ଜାତୀୟ

ଅବିବାହିତଙ୍କୁ ମିଳିବ ପେନସନ୍‌

ନୂଆଦିଲ୍ଲୀ,୭।୭: ହରିୟାଣା ସରକାର ୪୫ ରୁ ୬୦ ବର୍ଷ ବୟସର ସ୍ବଳ୍ପ ଆୟ ବର୍ଗର ଅବିବାହିତ ବ୍ୟକ୍ତିଙ୍କ ପାଇ ମାସିକ ପେନସନ୍‌ ଦେବାକୁ ଘୋଷଣା କରିଛନ୍ତି। ଏହାସହ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ଯୋଜନା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ୪୫ ରୁ ୬୦ ବର୍ଷ ବୟସର ଅବିବାହିତ ପୁରୁଷ ଏବଂ ମହିଳା, ଯାହାଙ୍କ ବାର୍ଷିକ ଆୟ ୧.୮୦ ଲକ୍ଷରୁ କମ, ସେମାନେ ମାସକୁ ୨୭୫୦ ଟଙ୍କା ପେନସନ୍‌ ପାଇବେ। ସେହିଭଳି ସ୍ତ୍ରୀଙ୍କୁ ହରାଇଥିବା ୪୦ ରୁ ୬୦ ବର୍ଷ ବୟସର ବ୍ୟକ୍ତି, ଯାହାଙ୍କ ବାର୍ଷିକ ଆୟ ତିନି ଲକ୍ଷ ଟଙ୍କାରୁ କମ ସେମାନେ ମଧ୍ୟ ମାସକୁ ୨୭୫୦ ଟଙ୍କା ପାଇବେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରତିବର୍ଷ ରାଜ୍ୟ ରାଜକୋଷ ଉପରେ ୨୪୦ କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ। ମୋଟ ୬୫ ହଜାର ଅବିବାହିତ ପୁରୁଷ ଏବଂ ମହିଳା ଏବଂ ୫୬୮୭ ସ୍ତ୍ରୀ ହରାଇଥିବା ବ୍ୟକ୍ତି ଏହାର ଲାଭ ଉଠାଇପାରିବେ। ଏହା ତାଙ୍କର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ।

Share