Categories: ଫୁରସତ

ସ୍ତ୍ରୀଠୁ ଅଲଗା ରହିବା ପାଇଁ ଲୁଟିଥିଲେ ବ୍ୟାଙ୍କ

ପ୍ରାୟତଃ ସହଜରେ ଶୀଘ୍ର ଓ ଅଧିକ ଟଙ୍କା ପାଇଁ ଲୁଟେରାମାନେ ବ୍ୟାଙ୍କ ଲୁଟନ୍ତି। କିନ୍ତୁ ୨୦୧୬ରେ ଆମେରିକାର କାନ୍ସାସସ୍ଥିତି ଏକ ବ୍ୟାଙ୍କ୍‌ ଲୁଟିଥିଲେ ଲରେନ୍ସ ରିପଲ। ବ୍ୟାଙ୍କ ଭିତରକୁ ଯାଇ ବନ୍ଧୁକ ରଖିଥିବା କହି ୩ ହଜାର ଡଲାର (୨୦ ଲକ୍ଷ ଟଙ୍କା) ଦାବି କରିଥିଲେ। ଟଙ୍କା ନେଇ ଚାଲିଯିବା ବଦଳରେ ବ୍ୟାଙ୍କର ଲବିରେ ଅପେକ୍ଷା କରିଥିଲେ ରିପଲ। ଏହାପରେ ସୁରକ୍ଷା କର୍ମୀଙ୍କୁ ନିଜେ ଲୁଟେରା ବୋଲି ପରିଚୟ ଦେଇ ଆତ୍ମ ସମର୍ପଣ କରିଥିଲେ। ତାଙ୍କ ପାଖରେ ଟଙ୍କା ନେବା ପରେ ପୋଲିସକୁ ଡକା ଯାଇଥିଲା।

ଗିରଫ ହେବା ପୂର୍ବରୁ ସେ ଏକ ପତ୍ର ଲେଖିଥିଲେ। ସ୍ତ୍ରୀ ସହ ଘରେ ରହିବା ବଦଳରେ ଜେଲରେ ରହିବା ପସନ୍ଦ କରିବେ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ ୭୦ ବର୍ଷୀୟ ରିପଲ। ଏହି ଘଟଣାରେ ଅପରାଧ ଯେଉଁଭଳି କୌତୂହଳପୂର୍ଣ୍ଣ ଥିଲା, ତା’ଠାରୁ ଅଧିକ ମଜାଦାର ଥିଲା କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶ। ତାଙ୍କୁ ୬ ମାସ ପାଇଁ ସ୍ତ୍ରୀଙ୍କ ସହ ଗୃହବନ୍ଦୀ ଦଣ୍ଡ ଦେଇଥିଲେ କୋର୍ଟ। ତାଙ୍କ ମାନସିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ।

Share