Categories: ବାଣିଜ୍ୟ

ଫେବୃୟାରି ୨୮ ସୁଦ୍ଧା ଲାଇଫ ସାର୍ଟିଫିକେଟ ଦେବେ ପେନସନଭୋଗୀ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ପେନଶନଭୋଗୀଙ୍କୁ ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ୨୦୨୧ ଫେବୃୟାରୀ ୨୮ ସୁଦ୍ଧା ପେନଶନଭୋଗୀ ଲାଇଫ ସାର୍ଟିଫିକେଟ ପ୍ରଦାନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ମହାମାରୀକୁ ଧ୍ୟାନରେ ରଖି ପେନସନଭୋଗୀଙ୍କ ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ଅବଧିକୁ ବଢାଯାଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି। ସୂଚନା ଯୋଗ୍ୟ, ପେନଶନ ଲାଭ କରିବା ଲାଗି ବାର୍ଷିକ ଲାଇଫ ସାର୍ଟିଫିକେଟ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି। ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲ୍‌ସି) ସୁବିଧା ପ୍ରଦାନ କରିବା ଲାଗି ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ଅନୁମତି ମିଳିଛି। ପେନଶନ ଏବଂ ପେନଶନର୍ସ ଓ୍ବେଲଫେୟାର ଡିପାର୍ଟମେଣ୍ଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗ୍ରାମାଞ୍ଚଳରେ ରହିଥିବା ପେନଶନଭୋଗୀ ଏହା ଦ୍ୱାରା ଲାଭବାନ ହୋଇପାରିବେ। ସେହିଭଳି ଡିଜିଟାଲ ଉପାୟରେ ଘରୁ ଲାଇଫ ସାର୍ଟିଫିକେଟ ଦାଖଲ କରିବା ଲାଗି ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି।

Share