Categories: ଜାତୀୟ

ଅବସର ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍‌ ନିର୍ଦ୍ଧାରଣ କରାଯିବା ଜରୁରୀ…

ନୂଆଦିଲ୍ଲୀ,୨।୧୨: ଚାକିରିରୁ ଅବସର ନେବା ସମୟରେ ଉପଲବ୍ଧ ଥିବା ଆଇନ ଅନୁସାରେ ପେନସନ୍‌ ନିର୍ଦ୍ଧାରଣ କରାଯିବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ୨୦୧୯ ଅଗଷ୍ଟ ୨୯ରେ କେରଳ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିଦେଇଥିଲେ। ଆବେଦନକର୍ତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋଚିନ୍‌ ୟୁନିଭରସିଟି ଅଫ୍‌ ସାଇନ୍ସ୍‌ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ପେନସନ୍‌ରେ ଅନିୟିତତା ଯୋଗୁ ଏହି ମାମଲା ଦାଖଲ କରାଯାଇଥିଲା।

Share