ପେଣ୍ଟାଗନ ଅଧିକାରୀଙ୍କ ଦାବି: ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ଆମେରିକା

ବେଜିଂ,୨୧।୭: ଚାଇପାକୁ ବିପଦ ଭାବି ଆମେରିକା ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ବୋଲି ପେଣ୍ଟାଗନ ଦାବି କରିଛି। ଉଚ୍ଚ କ୍ଷମତାଯୁକ୍ତ ଆର୍ଟିଲିରି ଏବଂ ଇଫାଣ୍ଟ୍ରି ଯାନ ତିଆରି କରିବାର ପ୍ରସ୍ତାବ ଉପରେ ଉଭୟ ଦେଶ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଯାନଗୁଡିକ ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲରେ ଭାରତର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଆମେରିକା ସଂସଦରେ ଚାଇନା ଉପରେ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ପେଣ୍ଟାଗନର ସହକାରୀ ସଚିବ ଏଲି ରେଟନର୍‌ ଦାବି କରିଛନ୍ତି। ନିକଟରେ ଚାଇନା ସହିତ ଆମେରିକାର ସମ୍ପର୍କ ଖରାପ ହେବା ନେଇ କମିଟି ଶୁଣାଣି କରୁଛି।
ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତରେ ଜେଟ ଇଞ୍ଜିନ ଉତ୍ପାଦନ, ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଉପରେ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।

Share