ରୋମ୍, ୧୧।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍ର ଚତୁର୍ଥ ଷ୍ଟେଜ୍ ବିଜେତା ହୋଇଛନ୍ତି ଫ୍ରାନ୍ସର ଓରେଲେନ ପରେଟ-ପେଣ୍ଟ୍ରେ। ଚତୁର୍ଥ (ଇଣ୍ଟରମିଡିଏଟ୍) ଷ୍ଟେଜ୍ ଭେନୋସାଠାରୁ ଲାଗୋ ଲାସେନୋ ପର୍ଯ୍ୟନ୍ତ ୧୭୨ କିଲୋମିଟର ବିଶିଷ୍ଟ ଥିଲା। ଏହାକୁ ଏଜି୨ଆର ସିଟ୍ରୋନ୍ ଟିମ୍ର ପେଣ୍ଟ୍ରେ ୪ ଘଣ୍ଟା ୧୬.୦୪ ସେକେଣ୍ଡ ସମୟରେ ଅତିକ୍ରମ କରି ପ୍ରଥମସ୍ଥାନ ଅଧିକାର କରିଥିଲେ। ୨ ସେକେଣ୍ଡ ଅଧିକ ସମୟ ନେଇ ଟିମ୍ ଡିଏସ୍ଏମ୍ର ନରଓ୍ବେ ରାଇଡର ଆନ୍ଦ୍ରେସ ଲେକ୍ନେସୁଣ୍ଡ ଦ୍ୱିତୀୟ ଏବଂ ୫୭ ସେକେଣ୍ଡ ପଛରେ ରହି ଟ୍ରେକ୍-ସେଗାଫ୍ରେଡୋ ଟିମ୍ର ଲାଟିଭିଆ ରାଇଡର ଟମ୍ସ ସ୍କୁଜିନ୍ସ ତୃତୀୟ ସ୍ଥାନରେ ରହିଥିଲେ। ଅଟ୍ରିପଲ୍ଡାଠାରୁ ସାଲେର୍ନୋ ପର୍ଯ୍ୟନ୍ତ ୧୭୨ କିଲାମିଟର ବିଶିଷ୍ଟ ରେସ୍ ୫ମ ଷ୍ଟେଜ୍ରେ ଅନୁଷ୍ଠିତ ହେବ। ଏହିଠାରୁ ପ୍ରତିଯୋଗିତାର ହିଲି ଷ୍ଟେଜ୍ ଆରମ୍ଭ ହେବ।