୬ ହଜାର ଟଙ୍କା ନେଇ ଧରାପଡ଼ିଲେ ପିଇଓ

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) କ୍ଷମା ପ୍ରସାଦ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେ ଜଣେ ହିତାଧିକାରୀଙ୍କଠାରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ବୋନସ୍‌ ଟଙ୍କା ମଞ୍ଜୁର ପାଇଁ ଟଙ୍କା ନେଉଥିବାବେଳେ ଭଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛିି।

Share