ଆଚରଣ ବିଧି ଉଲ୍ଲଂଘନ, ପିଇଓ ନିଲମ୍ବିତ

ବରଗଡ଼ ଅଫିସ୍‌,୩୧।୧: ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ରାଜନୈତିକ ଉଷ୍ମତା ବଢ଼ି ଚାଲିଛି। ଏଭଳି ସମୟରେ ବରଗଡ଼ ବ୍ଲକ ଖଣ୍ଡହଥା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗୋଲାପ ନାଏକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଜିଲାପାଳ ମୋନିଷା ବାନାର୍ଜୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ନଂ-୨୫୧, ତା-୨୯।୧।୨୨ରିଖରେ ଏହା ଉଲ୍ଲେଖ ରହିଛି। ନିଲମ୍ବନ ସମୟରେ ପିଇଓଙ୍କୁ ସ୍ଥାନୀୟ ଉପଜିଲାପାଳଙ୍କ ଅଫିସରେ ନିୟମିତ ଉପସ୍ଥାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ବିଭାଗୀୟ ଅଧିକାରୀଙ୍କ ବିନାନୁମତିରେ ଛୁଟି ନ ନେବାକୁ ନିଲମ୍ବନ ଆଦେଶରେ ନିର୍ଦ୍ଦେଶ ରହିଛି ।

Share