ଭଞ୍ଜନଗର,୧୯।୭: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଟିକରପଡ଼ା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଗାଁରେ ୨୫ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ସପ୍ତାହକରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୮ ଜଣ ଚିକିତ୍ସାଧୀନ ଥିବା ଅଭିଯୋଗ ହୋଇଛି। ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀ କହିଛନ୍ତି।