ବିଳମ୍ବ ନ କରି ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ବାତ୍ୟା ‘ୟାସ’ ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନାକୁ ଦେଖି ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଏହା ସହିତ ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କୁ ମଧ୍ୟ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ଯେ, ପାଗକୁ ଦେଖି ବିଳମ୍ବ ନ କରି ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ କରିବା ସହ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରଣ ଶେଷ କରିବାକୁ କହିଛନ୍ତି। ଲୋକଙ୍କ ସ୍ଥାନାନ୍ତରଣକୁ ଗୁରୁତର ସହ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଠିକାଦାର ଅସ୍ଥାୟୀ କ୍ୟାମ୍ପରୁ ନିର୍ମାଣ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ନିଅନ୍ତୁ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ବୋଲି କହିଛନ୍ତି ଏସ୍‌ଆର୍‌ସି। ବାତ୍ୟା ‘ୟାସ’ ଯୋଗୁ ପ୍ରଭାବିତ ହେବାକୁ ଥିବା ଜିଲାରେ ଉଦ୍ଧାରକାର୍ଯ୍ୟ ଓ ରିଲିଫ୍‌ ପାଇଁ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି।

Share