Categories: ଜାତୀୟ

ଜନସାଧାରଣ ନିରାଶ, ସରକାର ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୫।୫ : କଂଗ୍ରେସର ବରିଷ୍ଠ ନେତା ଅଧୀ ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଇଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। ହଠାତ ମୋଦି ଜାଣିଶୁଣି ମନ୍ଦ ଊଦ୍ଦେଶ୍ୟ ରଖି ୨,୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ଘୋଷଣା କରିଥିବା ମୁର୍ସିଦାବାଦରେ ଖବରଦାତାଙ୍କୁ ସେ କହିଛନ୍ତି।

ଏହା କହିବା ପରେ ସେ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଏବଂ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ। ଦେଶର ଅର୍ଥନୀତି ହ୍ରାସ ପାଉଛି ଏବଂ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଭାଜପା ଏହି ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ବଜାରରେ ୨,୦୦୦ ଟଙ୍କିଆ ନୋଟ ଚାଲିବ ନାହିଁ। ସରକାରକୁ ନେଇ ଜନସାଧାରଣ ସମ୍ପୂର୍ଣ୍ଣ ନିରାଶ ହୋଇଛନ୍ତି। ସରକାର ମିଥ୍ୟା ପ୍ରତିଶ୍ରୁତି ଦେବା ଛଡ଼ା ଅନ୍ୟ କୌଣସି କାର୍ଯ୍ୟ କରୁ ନାହାନ୍ତି। ଲୋକଙ୍କୁ ଭୁଆଁ ବୁଲାଇବା ସରକାରଙ୍କର ନୂଆ ନୀତି ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି।

Share