Categories: ଫୁରସତ

ଲୋକେ ଖାଉଛନ୍ତି ବାସନମଜା ସ୍ପଞ୍ଜ!

ଅନେକ ଲୋକ ଅଛନ୍ତି ଯେଉଁମାନେ କି କିଛି ଅଜବ ଜିନିଷ ଖାଇବାର ସଉକ ରଖିଥାନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ତାଇଓ୍ବାନରେ ଏକ ଅଜବ ଜିନିଷକୁ ଖାଇବା ଲାଗି ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ଆଉ ସେହି ଅଜବ ଜିନିଷଟି ହେଉଛି ବାସନ ମାଜିବା ଲାଗି ବ୍ୟବହାର ହେଉଥିବା ହଳଦିଆ ସବୁଜ ରଙ୍ଗର ସ୍ପଞ୍ଜ। ତାଇଓ୍ବାନରେ ଏହାର ଚାହିଦା ଏବେ ବଢିବାରେ ଲାଗିଛି। ଏହାକୁ ଖାଉଥିବା ଦେଖି ଯେକେହି ବି ଚକିତ ହୋଇଯାଆନ୍ତି। ତେବେ ପରେ ଯେତେବେଳେ ପ୍ରକୃତ କଥା ଜାଣନ୍ତି ନ ହସି ରହିପାରନ୍ତି ନାହିଁ। କାରଣ ବାସନମଜା ସ୍ପଞ୍ଜ ପରି ଦେଖାଯାଉଥିବା ଏହି ଜିନିଷଟି ହେଉଛି ଏକ ସ୍ବାଦିଷ୍ଟ ସ୍ପଞ୍ଜ କେକ୍‌। ଏହି କେକ୍‌ ତିନି ଲେୟର ବିଶିଷ୍ଟ ଅଟେ। ଏହାର ସବୁଜ ଅଂଶକୁ ତିଆରି କରିବା ଲାଗି କେକ୍‌ ନିର୍ମାତାମାନେ ଆଖୁର ପତ୍ର ବ୍ୟବହାର କରନ୍ତି। ଏଥିରେ କୌଣସି ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହୋଇ ନାହିଁ। ତେଣୁ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର।

Share