ଆଲିଆଙ୍କୁ ଇର୍ଷା କରୁଛନ୍ତି ଲୋକେ

ବଲିଉଡର ପାଓ୍ବାରଫୁଲ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସଫଳତାକୁ ନେଇ ବେଶ୍‌ ଖୁସି ଅଛନ୍ତି। ଗର୍ଭବତୀ ଥିବା ସତ୍ତ୍ୱେ ଆଲିଆ ଫିଲ୍ମକୁ ଜୋରଦାର ପ୍ରମୋଶନ କରିଥିଲେ। ଶେଷରେ ତାଙ୍କ ପରିଶ୍ରମ ସାର୍ଥକ ହୋଇଛି। ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହାସତ୍ତ୍ୱେ କିଛି ଲୋକ ଆଲିଆଙ୍କ କାମକୁ ପସନ୍ଦ ନ କରି ତାଙ୍କୁ ସମାଲୋଚନା କରିଥିଲେ। ଏନେଇ ସ୍ବାମୀ ରଣବୀର କପୁର ମୁହଁ ଖୋଲିଛନ୍ତି। ସେ ଆଲିଆଙ୍କୁ ସମର୍ଥନ କରିଛନ୍ତି। ଗର୍ଭାବସ୍ଥାରେ ଆଲିଆଙ୍କ କାର୍ଯ୍ୟରେ ସେ ବହୁତ ଖୁସି ଥିବା କହିଛନ୍ତି।
ରଣବୀର କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଲିଆ ଭାରତୀୟ ସିନେମା ଇତିହାସରେ ସବୁଠାରୁ ବଡ ଅଭିନେତ୍ରୀ ଅଟନ୍ତି। ଗର୍ଭବତୀ ଥିବା ସତ୍ତ୍ୱେ ଆଲିଆ ଫିଲ୍ମକୁ ଯେପରି ପ୍ରମୋଶନ କରିଛନ୍ତି, ଅନ୍ୟ କେହି ତାହା କରିପାରିବେ ନାହିଁ। ଆଲିଆ କାମ ଦେଖି ଲୋକମାନେ ଅନୁପ୍ରାଣିତ ହେବା ଉଚିତ୍‌। ଯେଉଁମାନେ ଆଲିଆଙ୍କୁ ଇର୍ଷା କରୁଛନ୍ତି ସେମାନେ ହିଁ ତାଙ୍କ କାର୍ଯ୍ୟକୁ ସମାଲୋଚନା କରିଛନ୍ତି।
ରଣବୀର ଏହା ମଧ୍ୟ କହିଛନ୍ତି, ଆଲିଆଙ୍କ ଉପସ୍ଥିତି ତାଙ୍କ ଜୀବନକୁ ଉନ୍ନତ କରିଛି। ଆଲିଆ କେବଳ ତାଙ୍କ ସ୍ତ୍ରୀ ନୁହଁନ୍ତି ବରଂ ଭଲ ମହିଳା ମଧ୍ୟ। ସେ ଆଲିଆଙ୍କ ରୂପରେ ଦୁନିଆର ସର୍ବଶ୍ରେଷ୍ଠ ମ୍ୟାନେଜର ପାଇଛନ୍ତି। ତାଙ୍କ ପରିଚାଳନା ଦକ୍ଷତା ସର୍ବୋତ୍ତମ। ଆଲିଆ ତାଙ୍କ ଜୀବନକୁ ଅତି ସହଜ କରିଛନ୍ତି।
ନିକଟରେ ମୁକ୍ତିଲାଭ କରିଥିବା ‘ବ୍ରହ୍ମାସ୍ତ୍ର’ରେ ଦୁହେଁ ଏକାଠି ନଜର ଆସିଥିଲେ। ଫିଲ୍ମ ସହିତ ଦୁହିଁଙ୍କ ମଧ୍ୟରେ କେମେଷ୍ଟ୍ରି ମଧ୍ୟ ପ୍ରଶଂସକମାନେ ପସନ୍ଦ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ୩୦୦ କୋଟି ରୋଜଗାର କରିଥିଲା।

Share