ଅସୁବିଧା ଭୋଗୁଛନ୍ତି ବସ୍ତିବାସୀ

ରାଉରକେଲା,୨୩ା୬(ଦିନେଶ ମିଶ୍ର): ରାଉରକେଲା ମନାନଗର ନିଗମ ଅଧୀନ ଶୀତଳପଡା ବସ୍ତି ଅଞ୍ଚଳର ଲୋକମାନଙ୍କୁ ସରକାରଙ୍କ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ବସ୍ତି ଅଞ୍ଚଳ କୌଣସି ପଞ୍ଚାୟତ କି ଆର୍‌ଏମ୍‌ସି ଅଧୀନରେ ଯାଉ ନ ଥିବାରୁ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଉଦିତନଗର ଶୀତଳପଡାରେ ମୁଣ୍ଡାପଡା, ଗଞ୍ଜାମ, ବଡ ଝୁମ୍ପୁଡି, ବିଳାସପୁରିଆ, ବଲାଙ୍ଗୀର ଭଳି ଅନେକ ବସ୍ତି ରହିଛି। ଏସବୁ ବସ୍ତିଗୁଡିକରେ ପ୍ରାୟ ଏକ ହଜାରେରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ବସ୍ତିବାସୀଙ୍କୁ ଆଜିଯାଏ ସାମାନ୍ୟ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ବିଶେଷ କରି ବସ୍ତିକୁ କୌଣସି ପକ୍କା ରାସ୍ତା ନ ଥିବାବେଳେ ପାନୀୟ ଜଳ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏତେ ଲୋକଙ୍କ ପାଇଁ ମାତ୍ର ଦୁଇଟି ନଳକୂପ ରହିଛି। ସେଥିରୁ ଗୋଟିଏ ଅଚଳ ଅବସ୍ଥାରେ ପଡିଥିବାବେଳେ ଅନ୍ୟ ନଳକୂପରୁ ନାଲି ଲୁହାଗୁଣ୍ଡ ପାଣି ବାହାରୁଛି। ଫଳରେ ବସ୍ତିବାସୀ ଘର ପାଖ ଡମ୍ପିଂ ଖାଦାନ ଉପରେ ନିର୍ଭର କରିଛନ୍ତି। ସେହିପରି ବସ୍ତି ଭିତରେ କୌଣସି ଡ୍ରେନେଜ ବ୍ୟବସ୍ଥା ନାହିଁ। ବସ୍ତିବାସୀ ନିଜ ଉଦ୍ୟମରେ ଖୋଳିଥିବା ନାଳ ଖୋଲା ରହିଥିବାରୁ ନାଳ ପାଣି ଅଧିକାଂଶ ସମୟ ରାସ୍ତାରେ ଭାସୁଛି। ଫଳରେ ଯାତାୟାତରେ ସମସ୍ୟା ହେଉଛି। ଏଥିସହ ବୁଲା ପଶୁ ନାଳ ଭିତରେ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି। ଡାକ୍ତରଖାନା ଅଭାବରୁ ଲୋକେ ଆର୍‌ଜିଏଚ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି। ଗୋଷ୍ଠୀ ଶୌଚାଳୟ ନ ଥିବାରୁ ମହିଳା ଓ ପୁରୁଷମାନେ ଘର ପାଖ ଖୋଲା ଡମ୍ପିଂ ୟାର୍ଡକୁ ଶୌଚ ପାଇଁ ଯାଉଛନ୍ତି। ଫଳରେ ଲୋକେ ବିଭିନ୍ନ ସମୟରେ ସାପ କାମୁଡାର ଶିକାର ହେଉଛନ୍ତି। ଏ ନେଇ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏ ନେଇ ବସ୍ତିବାସୀ ରିଙ୍କି ସେନାପତି କୁହନ୍ତି, ଖରାଦିନେ ପାନୀୟ ଜଳ ଆମ ବସ୍ତିର ମୁଖ୍ୟ ସମସ୍ୟା ସାଜିଛି। ସେହିପରି ରାସ୍ତା ଓ ଷ୍ଟ୍ରିଟ ଲାଇଟ ନାହିଁ। ବସ୍ତି ଅନ୍ଧାରୁଆ ରହୁଥିବାରୁ ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଛି। ଅନ୍ୟ ଜଣେ ବସ୍ତିବାସୀ ଭୋଲ ଦୀପ କହିଛନ୍ତି, ଆମ ବସ୍ତିରେ ପକ୍କା ରାସ୍ତା କି ପାନୀୟ ଜଳ ବ୍ୟବସ୍ଥା ନାହିଁ। ସବୁ ଦିଗରୁ ଆମ ବସ୍ତିକୁ ଅଣଦେଖା କରାଯାଇଛି। ଏ ସମ୍ପର୍କରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ପଚାରିବାରୁ ଏହି ବସ୍ତିଟି ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ବସ୍ତି ଭିତରେ ବିଭିନ୍ନ ସମସ୍ୟା ରହିଛି। ବିଶେଷ କରି ବସ୍ତିଟି ଆର୍‌ଏମ୍‌ସି କି ପଞ୍ଚାୟତ ଅଧୀନରେ ନ ଥିବାରୁ ପାଣ୍ଠି ଆସୁନାହିଁ। ଅନ୍ୟପକ୍ଷେ ବସ୍ତିଟି ଆରଏସ୍‌ପି ଜମିରେ ଗଢି ଉଠିଥିବାରୁ ଏଠାରେ ଆରଏସପି ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବାଧକ ସାଜୁଛି। ତେଣୁ ଆଗାମୀ ଦିନରେ ମୋ ଦ୍ୱାରା କଣ ସହଯୋଗ ହୋଇପାରିବ ମୁ ନିଶ୍ଚୟ ଚେଷ୍ଟା କରିବି ବୋଲି ବିଧାୟକ ତରାଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ସ୍ଥାନାନ୍ତରକୁ ଲୋକଙ୍କ ବିରୋଧ: ରାସ୍ତାରୋକୋ କଲେ ଉପଭୋକ୍ତା

ଭଦ୍ରକ, ୨୩।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି...

୩୩ ଦୋକାନ ସିଲ, ୬୦ ବେପାରୀଙ୍କୁ ନୋଟିସ: ରଦ୍ଦ ହେବ ଲାଇସେନ୍ସ

ଖୋର୍ଦ୍ଧା,୨୩।୪(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ପୁଣିଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଟାଉନ ହଲ୍‌ ନିକଟରେ ଥିବା ୬ଟି ଦୋକାନ ଘରକୁ...

ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ: ବିମାନ ବନ୍ଦରରେ ପ୍ରବଳ ଭିଡ଼

ଶ୍ରୀନଗର,୨୩।୪: ପହଲଗାମ୍‌ ଆକ୍ରମଣ ପରେ ଭୟରେ କଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ। ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ...

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ଆତଙ୍କବାଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ପ୍ରତିଶୋଧ ନେବ ଭାରତ: ଭୟରେ ଥରହର ପାକିସ୍ତାନ ବାୟୁସେନାକୁ କଲା ସତର୍କ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image