Categories: ଫୁରସତ

ଆକାଶରେ ଉଡ଼ୁଛି ସୁନେଲି କଇଁଛ!

କଇଁଛ ପରି ଦେଖାଯାଉଥିବା ଏକ ଛୋଟିଆ ପୋକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି। ବାସ୍ତବରେ ସୁନେଲି ରଙ୍ଗର ଦେଖାଯାଉଥିବା ଏକ କଇଁଛ (ପୋକ)କୁ ଲୋମାନେ ବହୁତ ପସନ୍ଦ କରୁଛନ୍ତି। ସାଧାରଣତଃ କଇଁଛ ଆକାରରେ ବହୁତ ବଡ଼ । କିନ୍ତୁ କଇଁଛ ପରି ଦେଖାଯାଉଥିବା ଏହି ପୋକ ଆକାରରେ ବହୁତ ଛୋଟ। ଏହି ପୋକଟି ସମ୍ପୂର୍ଣ୍ଣ ସୁନେଲି ରଙ୍ଗର ହୋଇଥିବା ବେଳେ ଏହାକୁ ଦେଖି ଲୋକମାନେ ବହୁତ ଖୁସି ହେଉଛନ୍ତି।
ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦା ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ବେଳେବେଳେ ଚମକୁଥିବା ଜିନିଷ ସୁନା ହୋଇଥାଏ। ଏହି ପୋକ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳୁଛି। ଲୋକମାନେ ପ୍ରଥମେ ସୁନେଲି କଇଁଛ ଭାବେ ଏହି ପୋକକୁ ଚିହ୍ନିଥିଲେ। ଏହା କେଉଁଠାରେ ମିଳୁଛି ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି ବୋଲି ଆଇଏଫ୍‌ଏସ୍‌ କହିଛନ୍ତି।

Share