ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ: ଚିନ୍ତା କରୁଛନ୍ତି ଏହି ଉପାୟ…

ନୂଆଦିଲ୍ଲୀ, ୧୧।୮: ଦିଲ୍ଲୀ ସମତେ ଦେଶର କେତେକ ଅଞ୍ଚଳରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି। ଏନେଇ ଘରର ସୁରକ୍ଷା ପାଇଁ ସେମାନେ ବୀମା କରିବାକୁ ଚିନ୍ତା କରୁଛନ୍ତି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦେଶର ୪୨ ପ୍ରତିଶତ ଲୋକ ଗୃହବୀମା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ୧୦ଜଣଙ୍କ ମଧ୍ୟରୁ ୫ ଜଣ ଲୋକ ଏଭଳି ବୀମା କରିବାକୁ ପସନ୍ଦ କରୁଛନ୍ତି। ଜୀବନ ସାରା କଷ୍ଟ କରି ରଖିଥିବା ସଞ୍ଚିତ ଅର୍ଥରେ ଘର ଖଣ୍ଡିଏ କରିବା ପରେ ତାହାର ସ୍ଥାୟିତ୍ୱ ଭୂକମ୍ପ ଯୋଗୁ ଦୋହଲିବାରେ ଲାଗୁଥିବାରୁ ଲୋକେ ଆତଙ୍କିତ ହୋଇପଡୁଥିବା ରିପୋର୍ଟରେ ଦର୍ଶାଯାଇଛି। ଇ-ଇନସ୍ୟୁରାନ୍ସ୍‌ ପ୍ଲାଟଫର୍ମ ପଲିସି ବଜାର ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ଉଲ୍ଲେଖ କରାଯାଇଛି। ଜୁଲାଇ ୧୭ରୁ ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ ୧୧ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିବା କୁହାଯାଉଛି। ୨୦ ପ୍ରତିଶତ ଗୃହବୀମା କରିସାରିଥିବା ପ୍ରକାଶ କରିଛନ୍ତି। ସେହିପରି ୧୦ ପ୍ରତିଶତ ଲୋକ ଶୀଘ୍ର ବୀମା କରିବାକୁ ଚାହୁଁଥିବା କହିଛନ୍ତି।

Share