Posted inଫୁରସତ

ଏବେ ବି ପୋଖରୀ ଭରସା

ଗାଁ ହେଉ କି ସହର, ବିଶେଷକରି ଗ୍ରୀଷ୍ମଋତୁରେ ପ୍ରବଳଖରା ଯୋଗୁ ବିଭିନ୍ନ ଜଳଉତ୍ସ ଗୁଡ଼ିକ ଶୁଷ୍କ ହୋଇଯାଏ। ଚାରିଆଡ଼େ ଜଳସଙ୍କଟ ଦେଖାଦେଇଥାଏ। ଜଳସଂରକ୍ଷଣ ଓ ତା’ର ସୁପରିଚାଳନାକୁ ନେଇ ବହୁମୁଖୀ ଯୋଜନା ରହିଛି। ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ବି ହୋଇଛି। କିନ୍ତୁ ସବୁ ଜାଗାରେ ଏହାର ସୁଫଳ ପହଞ୍ଚତ୍ପାରିନି। ଏମିତି ବି କେତେକ ଜାଗା ଅଛି ଯେଉଁଠି ପାନୀୟ ଜଳର ଅନ୍ୟାନ୍ୟ ଜଳର ସୁବିଧା ଥିଲେ ବି ଲୋକ ମଧୁର ପାନୀୟ ଜଳ ହିସାବରେ ପୋଖରୀର ପାଣିକୁ ବ୍ୟବହାର କରୁଛନ୍ତି। ସେମିତି କେତେକ ଅଞ୍ଚଳର ପୋଖରୀ ସମ୍ପର୍କରେ……

ପ୍ରାଚୀନ କାଳରେ ରାଜା ମହାରାଜା, ବଦାନ୍ୟବ୍ୟକ୍ତି ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ବିଭିନ୍ନ ଅଞ୍ଚଳରେ ପୋଖରୀ ଓ କୂପ ଖନନ କରାଯାଉଥିଲା। ଏବଂ ଏହି ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରାଯାଉଥିଲା। କିନ୍ତୁ ଆଜିକାଲି ପାନୀୟ ଜଳ ପାଇଁ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ତଥାପି ବି କିଛି ଅଞ୍ଚଳରେ ଲୋକମାନେ ସେହି ପୋଖରୀ ପାଣିକୁ ରୋଷେଇବାସ ସହ ପାନୀୟ ଜଳଭାବେ ବ୍ୟବହାର କରୁଛନ୍ତି।ଏଠାରେ ବି ପାନୀୟ ଜଳର ଅନ୍ୟାନ୍ୟ ସୁବିଧା ରହିଛି କିନ୍ତୁ ସେମାନେ ଏବେବି ପୋଖରୀକୁ ପରିସ୍କାର ପରିଚ୍ଛନ ରଖି ସେହି ପାଣିକୁ ବ୍ୟବହାର କରୁଛନ୍ତି।

ଶ୍ରୀନୀଳକଣ୍ଠଙ୍କ ପୋଖରୀ : ପୁରୀ ଜିଲାର ପୁରୀ ସଦର ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ଶାସନ, ଗ୍ରାମର ଆରମ୍ଭରୁ ରହିଛି ଗ୍ରାମବାସୀଙ୍କ ଆରାଧ୍ୟ ଠାକୁର ଶ୍ରୀ ନୀଳକଣ୍ଠ ମହାଦେବ ମନ୍ଦିର। ଏହି ମନ୍ଦିର ସଂଲଗ୍ନ ବୀରନରସିଂହପୁର ମୌଜାରେ ଅବସ୍ଥିତ ପ୍ରାୟ ୩ ଏକର ୫୦ ଡିସିମିଲ ଅଞ୍ଚଳବ୍ୟାପୀ ରହିଛି ଏକ ପୁରୁଣା ପୋଖରୀ। ଏହି ପୋଖରୀଟି ଶ୍ରୀନୀଳକଣ୍ଠଙ୍କ ପୋଖରୀ ନାମରେ ନାମିତ ହୋଇଛି, ଯାହା ପୁରୀ ଶରଣକୁଳ ନୂଆ ଜଗନ୍ନାଥ ସଡ଼କକୁ ଲାଗି ରହିଛି। ପୋଖରୀକୁ ଉତ୍କଳର ଗଜପତି ରାଜା ୧୨୦୦ ମସିହାରେ ଏଠାରେ ଗ୍ରାମ ସ୍ଥାପନା କରିବା ସମୟରେ ଖୋଳାଇଥିଲେ। ସେବେଠାରୁ ଠାକୁରଙ୍କ ଦୈନନ୍ଦିନ ଦେବନୀତି ସହ, ଗ୍ରାମବାସୀଙ୍କଠାରୁ ବାଟୋଇଙ୍କ ତୃଷା ମେଣ୍ଟାଇ ଆସୁଛି। ଏହାଛଡ଼ା ବୀରନରସିଂହପୁରରେ ପ୍ରଥମେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲେ ମଧ୍ୟ ପୋଖରୀ ପାଣିକୁ ଏବେ ବି ଗ୍ରାମବାସୀମାନେ ବ୍ୟବହାର କରୁଛନ୍ତି। ଏହାର ପାଣି ଅତ୍ୟନ୍ତ ସ୍ବଚ୍ଛ, ନିର୍ମଳ ଓ ମଧୁର ହୋଇଥିବାରୁ ରୋଷେଇ ପାଇଁ ବିଶେଷ କରି ଭାତ ରାନ୍ଧିବା, ପଖାଳ କରିବା, ଡାଲି କରିବା ଓ ଖିରି ଆଦି ପାଇଁ ଏହି ପୋଖରୀଜଳକୁ ଲୋକ ବ୍ୟବହାର କରିଥାନ୍ତି। ଏହି ଅଞ୍ଚଳର କେତେକ ସ୍ଥାନରେ ଭୂତଳ ଜଳ ବା ନଳକୂପ ଜଳ ଅଧିକ ଲବଣାକ୍ତ ହୋଇଥିବାରୁ ଗାଁ ପୋଖରୀ ପାଣି ସବୁଥିପାଇଁ ଉପାଦେୟ। ପୋଖରୀ ହୁଡ଼ାରେ ଅବସ୍ଥିତ ଗ୍ରାମ ବିଦ୍ୟାଳୟ, ସେବାୟତ ସାହି ଲୋକମାନେ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ଠାକୁରଙ୍କ ପୋଖରୀକୁ ପବିତ୍ର ଓ ପରିଷ୍କାର ରଖିବା ପାଇଁ ସମସ୍ତଙ୍କର ତତ୍ପରତା ପ୍ରକାଶ ପାଇଥାଏ। କିଛିବର୍ଷ ଅନ୍ତରରେ ମଝିରେ ମଝିରେ ପୋଖରୀରୁ ପଙ୍କୋଦ୍ଧାର କରାଯାଇଥାଏ। ଗ୍ରାମର ବ୍ରାହ୍ମଣ ମହାଜନ କୋଠ ପୋଖରୀର ପରିଚାଳନା କରୁଛନ୍ତି ବୋଲି ଗ୍ରାମର ବାସିନ୍ଦା ପ୍ରଫୁଲ୍ଲ ମିଶ୍ର କହନ୍ତି। ବହୁ ଆଗରୁ ଦୂରଦୁରାନ୍ତର ପଥିକ ଏହି ପୋଖରୀ ପାଣିରେ ରୋଷେଇବାସ କରିବା ସହ ବିଶ୍ରାମ ନେଉଥିଲେ।

ବଡ଼ପୋଖରୀ ଭରସା:ସରକାରଙ୍କ ତରଫରୁ ପାନୀୟ ଜଳର ସୁବିଧା ହୋଇଥିଲେ ମଧ୍ୟ ଏବେ ବି ଅନେକ ଗ୍ରାମବାସୀଙ୍କ ବିଶ୍ୱାସ ଓ ଭରସା ପାଲଟିଛି ପୋଖରୀର ଜଳ । ଯେଉଁ ଜଳକୁ ଲୋକେ ଭରସା ଓ ବିଶ୍ୱାସ ରଖି ରୋଷେଇବାସଠାରୁ ଆରମ୍ଭ କରି ବିଭିନ୍ନ ଦେବନୀତି ଓ ମାଙ୍ଗଳିକ କାର୍ଯ୍ୟ ଆଦିରେ ବ୍ୟବହାର କରିଆସୁଛନ୍ତି । ଏଭଳି ଏକ ପୋଖରୀ ରହିଛି, ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନଖରା ପଞ୍ଚାୟତର ବଡଚାଞ୍ଚୋ ଗ୍ରାମରେ । ଏହାକୁ ଗାଁଲୋକେ ବଡପୋଖରୀ ବୋଲି କୁହନ୍ତି। ଏହି ପୋଖରୀଟି ପ୍ରାୟ ୧୩ଏକର ପରିମିତ ଜମିରେ ଅବସ୍ଥିତ । ପୋଖରୀ ଉପରେ ପୂର୍ବରୁ ଆଖପାଖ ଅଞ୍ଚଳର ପ୍ରାୟ ୫ଟି ଗ୍ରାମର ଲୋକ ନିର୍ଭର କରୁଥିବା ବେଳେ ଏବେ ପ୍ରାୟ ୩ଟି ଗ୍ରାମର ଲୋକଙ୍କ ପାଇଁ ଏହି ପୋଖରୀର ପାଣି ଅମୃତ ସମାନ ପାଲଟିଥିବା ଗ୍ରାମବାସୀ କୁହନ୍ତି । ଆଖପାଖ ଗ୍ରାମରେ ଥିବା ଦେବଦେବୀ ମନ୍ଦିରରେ ଦେବନୀତି, ଯଜ୍ଞ କର୍ମ ଓ ବିଭିନ୍ନ ପର୍ବପର୍ବାଣିରେ ପ୍ରଥମେ ଏହି ପୋଖରୀ ଜଳନେଇ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥାଏ। ଏହି ଗ୍ରାମରେ ଥିବା ବିଭିନ୍ନ କୂଅ, ଟ୍ୟୁବଓ୍ବେଲ ଏବଂ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳରେ ପ୍ରସ୍ତୁତ ହେଉଥିବା ଘରର ରୋଷେଇ ଠିକରେ ହେଉ ନ ଥିବା କହିଛନ୍ତି ଗ୍ରାମର ପୁରୁଖା ମହିଳା ପ୍ରମିଳା ସାହୁ। ଅଞ୍ଚଳର ପ୍ରାୟ ୩ଟି ଗ୍ରାମର ଲୋକ ଏହି ପୋଖରୀ ପାଣି ଦ୍ୱାରା ରୋଷେଇ କାର୍ଯ୍ୟ କରୁଥିବା ନଜିର ରହିଛି। ବିଶେଷକରି ଘରେ ଘରେ ଭାତ ରୋଷେଇ କରିବା ପାଇଁ ଏହି ପୋଖରୀ ଜଳ ବିନା ଅନ୍ୟ କୌଣସି ପାଣି ଉପଯୁକ୍ତ ହୁଏ ନାହଁି ବୋଲି ସେ କୁହନ୍ତି । ଏହି ପାଣି ଦୀର୍ଘଦିନ ଧରି ଗ୍ରାମବାସୀ ବ୍ୟବହାର କରି ଆସୁଥିଲେ ହେଁ ବୃଦ୍ଧାବୃଦ୍ଧମାନେ ନୀରୋଗ ରହୁଥିବା, କୌଣସି ବାର୍ଦ୍ଧକ୍ୟଜନିତ ରୋଗ ସେମାନଙ୍କୁ ଆକ୍ରମଣ କରୁ ନ ଥିବା କୁହନ୍ତି ଗ୍ରାମର ସାମାଜିକକର୍ମୀ ସାରଦା ପ୍ରସନ୍ନ ମଲ୍ଲ । ପୌରାଣିକ ଓ ଲୋକକଥା ଅନୁଯାୟୀ ଏହା ବିରାଟରାଜାଙ୍କ ସମୟରେ ରାଣୀପୋଖରୀ ନାମରେ ପରିଚିତ ଥିବାବେଳେ ଏକ ସରଳରେଖାରେ ୩ଗୋଟି ପୋଖରୀ ରହିଛି। ରାଣୀପୋଖରୀ ବା ବଡପୋଖରୀର ପଶ୍ଚିମପଟରେ ରହିଛି ରାଜାପୋଖରୀ ବା ଲଳିତା ପୋଖରୀ ଏବଂ ଏହାର କିଛି ଦୂରରେ ରହିଛି ମନ୍ତ୍ରୀ ପୋଖରୀ; ଯାହାକୁ ଏବେ ମେଘେଶ୍ୱର ପୋଖରୀ ନାମରେ ନାମିତ ହୋଇଥିବା କୁହନ୍ତି ଗ୍ରାମବାସୀ। ରାଜାପୋଖରୀରୁ ମାଟି ତଳେ ରାଣୀ ପୋଖରୀକୁ ସୁଡଙ୍ଗ ରହିଥିବା କହୁଥିବା ବେଳେ ବଡ଼ପୋଖରୀର ପାଣି କେବେହେଲେ ସୁଖି ନ ଥିବା ଓ ସୁଡଙ୍ଗ କେହି ଦେଖି ନ ଥିବା କୁହନ୍ତି ଗ୍ରାମବାସୀ । ତେବେ ନଖରା ପଞ୍ଚାୟତରେ ଥିବା ସମସ୍ତ ମୌଜାରେ ନିର୍ମାଣ କରାଯାଉଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରୁ ବାହାରୁଥିବା

ପାଣି ଲୌହଯୁକ୍ତ ଓ ଖାର ହୋଇଥିବାରୁ ଏଥିରେ ପୋଷାକ ସଫା କରିବା, ରୋଷେଇ ଆଦି କାର୍ଯ୍ୟରେ ଉପଯୋଗ ହୋଇପାରୁ ନ ଥିବାରୁ ପୋଖରୀଜଳରେ ଏହି ସବୁ କାର୍ଯ୍ୟ ହେଉଥିବା ଲୋକେ କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲା କୁକୁଡ଼ା ମାରିବା ମାମଲା, ଅଭିଯୁକ୍ତଙ୍କୁ ହୋଇପାରେ ୫ ବର୍ଷ ଜେଲ!

ଲକ୍ଷ୍ନୌ,୧୭।୧୧: ଉତ୍ତରପ୍ରଦେଶର କୌଶମ୍ଭି ଜିଲାରେ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବକ ତାଙ୍କ ପୋଷା କୁକୁଡ଼ା ହତ୍ୟା ପରେ ନ୍ୟାୟ ପାଇବା...

କୃଷ୍ଣଙ୍କ ମନ୍ତ୍ର ଶୁଣି ମରଣ ମୁହଁରୁ ଫେରିଆସିଲା ମାଙ୍କଡ଼! ଭିଡିଓ ଦେଖିଲେ ଝରିବ ଲୁହ… 

ରାସ୍ତା ମଝିରେ ନିସ୍ତେଜ ହୋଇ ପଡ଼ି ରହିଥିଲା ମାଙ୍କଡଟିଏ। ଗାଡ଼ି ମୋଟରରେ ଚାଲି ଯାଉଥିବା ଲୋକମାନେ ଦେଖି ଘଡ଼ିଏ ଅଟକି ଯାଉଥିଲେ। ହେଲେ ମରି ଯାଇଛି...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri